ସମୁଦ୍ରରେ ଏଲିୟନ୍ ପରି ଜୀବ

ନୂଆଦିଲ୍ଲୀ : ସମୁଦ୍ରରେ ରହିଛି ଅନେକ ରହସ୍ୟ। ଯାହା ସମ୍ପର୍କରେ ମଣିଷମାନଙ୍କ ପାଖରେ ସମ୍ପୂର୍ଣ୍ଣ ସୂଚନା ନାହିଁ। ଇଜିପ୍ଟର କିଛି ଡାଇଭରଙ୍କ ସାମ୍ନାକୁ ଏପରି ଏକ ଅଦ୍ଭୁତ ଜୀବ ଆସିଛି। ଯାହା ଏକ ଏଲିୟନ୍ ପରି ଦେଖାଯାଉଥିଲା ବୋଲି ଡାଇଭର୍ସ କହିଛନ୍ତି।

ଖବର ଅନୁଯାୟୀ ଅଦ୍ଭୁତ ଜୀବଟିର ଆଖି, କାନ ଓ ପାଟି ନାହିଁ। ଦେଖିବାକୁ ଏକ ଅଦ୍ଭୁତ ଟ୍ୟୁବ୍ ପରି। ଡାଇଭର୍ସ ଏହାକୁ କୌଣସି ସାଇନ୍ସ ସେକ୍ସନରେ ମିଳୁଥିବା ଭୂତ ବୋଲି ବର୍ଣ୍ଣନା କରିଛନ୍ତି। କିଛି ଲୋକ ଏହା ଦାବି କରିଛନ୍ତି ଅନନ୍ୟ ଜୀବ ଏକ ଏଲିଏନ୍। ଇଜିପ୍ଟର ଉପକୂଳରେ ଥିବା ସତ୍ୟା ରିଫରେ ଜର୍ମାନୀର ଲୁକାସ୍ ଓଷ୍ଟର୍ଟାଗ୍ ଏହି ଅନନ୍ୟ ପ୍ରାଣୀର ସମ୍ମୁଖୀନ ହୋଇଥିଲେ। ସେ ଏପରି ଜୀବ ପୂର୍ବରୁ ଦେଖି ନଥିବାରୁ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଜୀବକୁ ବର୍ଣ୍ଣନା କରି ଲୁକାସ୍ ଓଷ୍ଟେରଗ୍ କହିଥିଲେ ‘ଏହା ଏକ ଲମ୍ବା ରବର ପାଇପ୍ ପରି ଥିଲା। ମୁଁ ଏପରି ଜୀବକୁ ପୂର୍ବରୁ ଦେଖି ନଥିଲି। ଡାଇଭର୍ସ ଟିମ୍ ଏହାକୁ ଏକ ପଲିପ୍ କିମ୍ବା କିଛି ଅଜବ ସମୁଦ୍ର ପ୍ରାଣୀ ବୋଲି ବିବେଚନା କରିଛନ୍ତି। ଆଉ କିଛି ଏହାକୁ ଜେଲି ଫିସ୍ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button