ଶିକ୍ଷୟତ୍ରୀଙ୍କ ବେକରୁ ଦେଢଲକ୍ଷ ଟଙ୍କାର ସୁନାହାର ଝାମ୍ପି ନେଲେ

ଘସିପୁରା : ଶିକ୍ଷୟତ୍ରୀଙ୍କ ଠାରୁ ଦେଢଲକ୍ଷ ଟଙ୍କାର ସୁନାହାର ଲୁଟ। ସେ ଚାଲି ଚାଲି ଆସୁଥିବାବେଳେ ଦୁଇଜଣ ଲୁଟେରା ବାଇକରେ ଆସି ଏହି ଘଟଣା ଘଟାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଘସିପୁରା ଥାନା ଅନ୍ତର୍ଗତ ଶାଳପଡାର ଶାଗଦା ପ୍ରସନ୍ନ ପତିଙ୍କ ପତ୍ନୀ ଶୁଭଲକ୍ଷ୍ନି ଦେବୀ ଅପରାହ୍ନ ୫ଟା ସମୟରେ ବାରିଗାଁ ପେଟ୍ରୋଲ ପମ୍ପ ନିକଟରେ ଚାଲି ଚାଲି ଘରକୁ ଫେରୁଥିଲେ। ଏହି ସମୟରେ ବାଇକରେ ଆସିଥିବା ୨ ଜଣ ଲୁଟେରା ଶୁଭଲକ୍ଷ୍ନି ବେକରେ ପିନ୍ଧିଥିବା ସୁନା ହାରକୁ ଝିମ୍ପି ନେଇ ଉଭାନ ହୋଇଯାଇଥିଲେ। ଏ ସଂପର୍କରେ ଶୁଭଲକ୍ଷ୍ମୀ ଘସି ପୁରା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁକରି ଅନୁସନ୍ଧାନ ଚଳାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button