ନୂଆ ସଂସଦ ଭବନକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆ ସଂସଦ ଭବନକୁ ଲୋକାର୍ପଣ କରିଛନ୍ତି। ପାରମ୍ପରିକ ପୂଜାର୍ଚ୍ଚନା ଓ ବେଦମନ୍ତ୍ର ଉଚ୍ଚାରଣ ପରେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ହସ୍ତାନ୍ତର କରାଯାଇଥିଲା। ପୂଜକ ଓ ସାଧୁସନ୍ଥଙ୍କ ଆଶୀର୍ବାଦ ନେଇ ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ଲୋକସଭା ବାଚସ୍ପତିଙ୍କ ଚୌକି ନିକଟରେ ସ୍ଥାପିତ କରିଥିଲେ।

janatakhabar.in

ରବିବାର ସେଙ୍ଗୋଲକୁ ସ୍ଥାପିତ କରିବା ପରେ ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନକୁ ଲୋକାର୍ପିତ କରିଥିଲେ। ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ପରେ ପ୍ରଧାନମନ୍ତ୍ରୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ କିଛି ଶ୍ରମିକଙ୍କୁ ସମ୍ମାନିତ କରିଥିଲେ। ଏ ମଧ୍ୟରେ ଥିଲେ ସମ୍ମାନିତ ହୋଇଛନ୍ତି ଓଡ଼ିଶା ଚାନ୍ଦିପୁରର ପୁରଞ୍ଜନ ଦଳାଇ। ପୁରଞ୍ଜନ ନୂଆ ସଂସଦ ଭବନ ନିର୍ମାଣ ବେଳେ ଚା’ ଓ ପାଣିର ବ୍ୟବସ୍ଥା କରିଥିଲେ। ପରେ ଏକ ସର୍ବଧର୍ମ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ସହିତ କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରୀ ଓ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ ପୁରୁଣା ସଂସଦ ଭବନରେ ୭୯୦ ସଦସ୍ୟ ବସିବା ପାଇଁ ବ୍ୟବସ୍ଥା ଥିଲା। କିନ୍ତୁ ନୂଆ ସଂସଦ ଭବନର ଲୋକସଭା କକ୍ଷରେ ୮୮୮ ଜଣ ସଦସ୍ୟ ବସିପାରିବେ। ସେହିପରି ରାଜ୍ୟସଭା କକ୍ଷରେ ୩୦୦ ଜଣ ସଦସ୍ୟ ବସିବାର ବ୍ୟବସ୍ଥା ହୋଇଛି। ଉଭୟ ଗୃହର ଯୁଗ୍ମ ଅଧିବେଶନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଯୁଗ୍ମ ଅଧିବେଶନ ସମୟରେ ଲୋକସଭାରେ ୧୨୮୦ ଜଣ ସାଂସଦ ବସିବା ପାଇଁ ବ୍ୟବସ୍ଥା କରାଯାଇଛି।

ସେହିପରି ରାଜା ରାଜୁଡ଼ା ସମୟରେ ବ୍ୟବହାର ହେଉଥିଲା ରାଜଦଣ୍ଡ। ଏହାକୁ କ୍ଷମତା ହସ୍ତାନ୍ତରର ଏକ ପ୍ରତୀକ ଭାବେ ଗ୍ରହଣ କରାଯାଏ। ଏହି ରାଜଦଣ୍ଡ ପଛରେ ଲୁଚିରହିଛି ଏକ ଗୌରବମୟ ଇତିହାସର କାହାଣୀ। ଦକ୍ଷିଣ ଭାରତରେ ଚୋଳ ସାମ୍ରଜ୍ୟର ଶାସନ ଥିଲା। ଦୀର୍ଘବର୍ଷ ଧରି ଶାସନ କରିଥିବା ଅନ୍ୟତମ ସର୍ବ ପୁରାତନ ରାଜବଂଶ। ଜଣେ ରାଜାଙ୍କଠାରୁ ଆଉ ଜଣେ ରାଜାଙ୍କ ପାଖକୁ କ୍ଷମତା ହସ୍ତାନ୍ତରର ସୂଚକ ଭାବେ ଏହି ରାଜଦଣ୍ଡ ଦଣ୍ଡ ବା’ ସେନଗୋଲ୍କୁ ବ୍ୟବହାର ହେଉଥିଲା। ସ୍ୱାଧୀନ ଭାରତର ସ୍ୱର୍ଣ୍ଣିମ ଯାତ୍ରା ମଧ୍ୟ ଏହି ରାଜଦଣ୍ଡ ହନ୍ତାନ୍ତରରୁ ଆରମ୍ଭ ହୋଇଥିଲା। ୧୯୪୭ ଅଗଷ୍ଟ ୧୪ ରାତି ୧୦ଟା ୪୫ରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଇଂରେଜ ହାତରୁ ଏହି ରାଜଦଣ୍ଡ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button