ଟିଭି ପରଦାରେ ବିଶ୍ୱ ଦେଖିବ ଓଡ଼ିଆ ଯୋଦ୍ଧାର ଗାଥା

ମୁମ୍ବାଇ : ଓଡ଼ିଆ ପୁଅର ବୀରତ୍ୱ ଜାଣିବ ସାରା ଦେଶ । ଷ୍ଟାର ପ୍ଲସରେ ପ୍ରସାରିତ ହେବ ଧାରାବାହିକ ‘ବିଦ୍ରୋହୀ’ ।  ପାଇକ ବୀର ବକ୍ସି ଜଗବନ୍ଧୁଙ୍କ ଜୀବନିକୁ ଗତଶୀଳ କାହାଣୀ । କିପରି ଇଂରେଜଙ୍କ କଠୋର ଆଇନକୁ ବିରୋଧ କରିଥିଲା ପାଇକ ପୁଅ । ସଂଗ୍ରାମରେ ପଛକୁ ନଫେରି ଦେଖାଇଥିଲା ବୀରତ୍ୱ । ଏମିତି କିଛି କାହାଣୀ ଏବେ ରାଜ୍ୟ ବାହାର ଲୋକେ ଜାଣିବାକୁ ପାଇବାର ସୁଯୋଗ ।

ଆସନ୍ତା ଅକ୍ଟୋବରରୁ ପ୍ରସାରିତ ହେବ ଧାରାବାହିକ ବିଦ୍ରୋହୀ । ୧୮୧୭ ଇଷ୍ଟ ଇଣ୍ଡିଆ କମ୍ପୀନୀ ବିରୋଧରେ ଲଢେଇ କରିଥିଲେ ବକ୍ସି ଜଗବନ୍ଧୁ । ଦୁଇ ରାଣୀଙ୍କ ସହ ମିଶି ଗୋରା ସରକାରଙ୍କ ଲଢେଇ କରିଥିଲେ ସଂଗ୍ରାମୀ ଜଗବନ୍ଧୁ । ବକ୍ସି ଥିଲେ ରୋଢ଼ଙ୍ଗର ଜମିଦାର ଏବଂ ଖୋର୍ଦ୍ଧା ରାଜା ତାଙ୍କୁ ସେନାପତି ଭାବେ ମନୋନୀତ କରିଥିଲେ । ବକ୍ସିଙ୍କ ନେତୃତ୍ବାଧୀନ ପାଇକ ମେଳି ବ୍ରିଟିଶି ଶାସନ ବିରୋଧରେ ଉଠାଇଥିଲା ସ୍ୱର ।

ଲାଗୁ ହୋଇଥିବା ମାତ୍ରାଧିକ ଟିକସ ଏବଂ ନିଷ୍କର ଜମି ଜବରଦଖଲ ନେଇ ଉଠିଥିଲା ବିବାଦ । ଷ୍ଡାର ପ୍ଲସରେ ପ୍ରସାରଣ ଅପେକ୍ଷାରେ ‘ବିଦ୍ରୋହୀ’ । ତେବେ ଲିଡ୍ ରୋଲରେ ନଜର ଆସିଛନ୍ତି ଟେଲି ସୁପରଷ୍ଟାର ଶରଦ୍ ମଲହୋତ୍ରା । ଶରଦଙ୍କ ବ୍ୟତୀତ ସୁଲଗ୍ନା ପାଣିଗ୍ରାହୀ, ହେମା ଇଙ୍ଗ୍‌ଲେ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ସୌରଭ ଗୋଖ୍‌ଲେ, ନିଖିଳ ଦାମ୍‌ଲେ, ପ୍ରିୟା ଟଣ୍ଡନ୍‌, ଡେନି ସୁର ମଧ୍ୟ ଗରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button