କୁମ୍ଭ ରାଶିକୁ ବୃହସ୍ପତି ଚଳନ : ୫ଟି ରାଶି ଉପରେ ପଡିବ ପ୍ରଭାବ

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଗ୍ରହ ଓ ନକ୍ଷତ୍ରମାନଙ୍କ ଚଳନର ପ୍ରଭାବ ରାଶିମାନଙ୍କ ଉପରେ ପଡିଥାଏ। ଫଳରେ ରାଶି ଆଧାରରେ ମଣିଷମାନଙ୍କ ଜୀବନରେ ଦେଖାଦେଇଥାଏ ପରିବର୍ତ୍ତନ। ଚଳିତବର୍ଷ ଅଗଷ୍ଟ ମାସରେ ଅର୍ଥାତ ଅଗଷ୍ଟ ୧୭ ତାରିଖରେ ବୃହସ୍ପତି ମହାଗ୍ରହ କୁମ୍ଭ ରାଶିକୁ ସଞ୍ଚାର କରିବେ। ଏହି ଚଳନ ହେତୁ କିଛି ବ୍ୟକ୍ତିଙ୍କର ସମସ୍ତ ସମସ୍ୟା ବର୍ତ୍ତମାନ ଦୂର ହେବାକୁ ଯାଉଛି। ଭାଗ୍ୟଶାଳୀ ରାଶି ଗୁଡିକ ମଧ୍ୟରେ ମେଷ, ମିଥୁନ, କର୍କଟ, ମକର ଓ କୁମ୍ଭ ରାଶି ରହିଛି।

ମେଷ : ବୃହସ୍ପତି ଚଳନ ହେତୁ ଏହି ରାଶିର ବ୍ୟକ୍ତିମାନଙ୍କୁ ବିଶେଷ ଲାଭ ମିଳିବ। ଅଗଷ୍ଟ ୧୭ ଠାରୁ ସମସ୍ତ ସମସ୍ୟା ଦୂର ହେବାକୁ ଯାଉଥିବାବେଳେ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଆପଣ ପ୍ରଚୁର ଧନଲାଭ କରିବେ। ବୈବାହିକ ଜୀବନରେ ମଧୁରତା ରହିବ। ବର୍ତ୍ତମାନର ସମୟରେ ଆପଣର ନିବେଶ କଲେ ଆଗାମୀ ସମୟ ପାଇଁ ଲାଭଦାୟକ ହେବ।

ମିଥୁନ : ଆଗାମୀ ମାସରେ ଏହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ସଂପୂର୍ଣ୍ଣ ବଦଳିବାକୁ ଯାଉଛି। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ। ଜୀବନରେ ଆସୁଥିବା ସମସ୍ତ ଦୁଃଖ ଓ କଷ୍ଟର ଅନ୍ତ ହେବାକୁ ଯାଉଛି। ଘରେ ଖୁସିର ଆଗମନ ହେବ। ଯେଉଁ ମାନଙ୍କର ବିବାହ ହୋଇପାରୁ ନାହିଁ ସେମାନଙ୍କର ବିବାହ ଯୋଗ ଫିଟିବାକୁ ଯାଉଛି। ଆଗାମୀ ସମୟରେ ଭୂମି ଓ ବାହାନ କିଣିବାକୁ ସକ୍ଷମ ହେବେ।

କର୍କଟ : ବୃହସ୍ପତି ଚଳନ ଯୋଗୁଁ ଏହି ରାଶିର ବ୍ୟକ୍ତିଙ୍କର ସକାରାତ୍ମକ ଭାବନା ମନକୁ ଆସିବ। ଧନଧାନ୍ୟ ବୃଦ୍ଧି ସହିତ ପାରିବାରିକ ଜୀବନରେ ହଜି ଯାଇଥିବା ଖୁସି ଫେରିପାଇବେ। କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଏହି ସମୟ ଅନୁକୂଳ। ବିଦ୍ୟାର୍ଥୀଙ୍କ ପାଇଁ ବହୁତ ଭଲ ସମୟ।

ମକର : ବୃହସ୍ପତି ଚଳନର ପ୍ରଭାବରେ ଏହି ରାଶିର ବ୍ୟକ୍ତିମାନେ ସବୁ କ୍ଷେତ୍ରରେ ସଫଳତା ପାଇବେ। ବୈବାହିକ ଜୀବନରେ ମଧୁରତା ରହିବ। ପ୍ରଚୁର ଧନଲାଭ ସହିତ ଆପଣଙ୍କ ପାରିବାରିକ କଳହ ଶେଷ ହେବ। ଜୀବନରେ ସୁଖ ସମୃଦ୍ଧିର ଆଗମନ ହେବ।

କୁମ୍ଭ : ବୃହସ୍ପତିର ଗୋଚରରେ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବିଭିନ୍ନ ପ୍ରକାରର ସକାରତ୍ମକ ପରିଣାମ ଦେଖିବାକୁ ମିଳିବ। ଆୟ ବୃଦ୍ଧି ଓ ପାରିବାରିକ ଜୀବନରେ ଖୁସି ଆସିବ। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅତ୍ୟନ୍ତ ସଠିକ ଅଟେ। ଛାତ୍ରମାନଙ୍କ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ।

Leave a Reply

Your email address will not be published. Required fields are marked *

Back to top button