୧୯ରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଦିନ ୧୧ରୁ ଦର୍ଶନ ବନ୍ଦ

ପୁରୀ : ଆସନ୍ତା ୧୯ ତାରିଖରେ ମାତ୍ର ୩ ଘଣ୍ଟା ଶ୍ରୀଜିଉଙ୍କ ନବ ଯୌବନ ଦର୍ଶନ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏହି ସୂଚନା ଦେଇଛନ୍ତି।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାସ କହିଛନ୍ତି ସକାଳ ୮ଟାରୁ ୯ଟା ଯାଏ ପରିମାଣିକ ଦର୍ଶନ ବ୍ୟବସ୍ଥା ରହିବ। ଏହି ସମୟରେ ଟିକେଟଧାରୀମାନେ ଦର୍ଶନ କରିପାରିବେ। ପାରମାଣିକ ଟିକେଟର ଦାମ ୧୦୦ ଟଙ୍କା ସ୍ଥିର କରାଯାଇଛି। ସେହିପରି ଭକ୍ତମାନେ ସକାଳ ୯ଟାରୁ ୧୧ଟା ଯାଏଁ ସାହାଣମେଲା ଦର୍ଶନ କରିପାରିବେ। ଦିନ୧୧ଟାରୁ ଦର୍ଶନ ବନ୍ଦ ରହିବ।

ନବଯୌବନ ଦର୍ଶନର ପରଦିନ ଶ୍ରୀଜିଉ ରଥାରୁଢ ହେବେ। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ୨୦ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button