କଂଗ୍ରେସ ଗାଳି ଦେଉଥାଉ, ମୁଁ କର୍ଣ୍ଣାଟକବାସୀଙ୍କ ପାଇଁ କାମ କରିଚାଲିବି : ପ୍ରଧାନମନ୍ତ୍ରୀ ମୋଦି

ବେଙ୍ଗାଲୁରୁ : କଂଗ୍ରେସ ଯେତେ ଥର ମୋତେ ଗାଳି ଦେଇଛି, ସେତେ ଥର ନଷ୍ଟ ହୋଇ ଚାଲିଛି। କଂଗ୍ରେସ ସେମିତି ଗାଳି ଦେଉଥାଉ, ମୁଁ କିନ୍ତୁ କର୍ଣ୍ଣାଟକବାସୀଙ୍କ ପାଇଁ କାମ କରିଚାଲିବି। କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସକାଳେ କର୍ଣ୍ଣାଟକର ବୀଦର ଜିଲ୍ଲା ଅନ୍ତର୍ଗତ ହୁମାନାବାଦ୍‌ରେ ଆୟୋଜିତ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ କହିଲେ ନିକଟରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍‌ଗେ ବିଷଧର ସର୍ପ କହିଛନ୍ତି। କଂଗ୍ରେସ ପୁଣି ମତେ ଅପମାନଜନକ ଗାଳି ଦେବା ଆରମ୍ଭ କରିଛି। କଂଗ୍ରେସ ମତେ ୯୧ ଥର ଗାଳି ଦେଲାଣି। କେହି ଜଣେ ସେମାନେ ମୋତେ ଗାଳି ଦେଇଥିବା ନାଁଗୁଡ଼ିକର ତାଲିକା ପ୍ରସ୍ତୁତ କରିଛନ୍ତି। ସେ କହିଲେ ଆଗରୁ ମଧ୍ୟ ମୁଁ ବୀଦରର ଆଶୀର୍ବାଦ ପାଇଛି। ଏ ନିର୍ବାଚନରେ ବିଜୟ ନୁହେଁ, କର୍ଣ୍ଣାଟକକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ। ସବୁ କ୍ଷେତ୍ରରେ ଉନ୍ନତି ହେଲେ ଏ ରାଜ୍ୟ ଉନ୍ନତ ହେବ।

ଡବଲ୍‌ ଇଞ୍ଜିନ୍‌ ସରକାର ଉପରେ ମତରଖି ମୋଦି କହିଲେ କଂଗ୍ରେସ ଶାସନକାଳ ତୁଳନାରେ ରାଜ୍ୟରେ ବିଦେଶୀ ପୁଞ୍ଜି ବିନିଯୋଗ ୩ଗୁଣ ବୃଦ୍ଧି ପାଇଛି। ବିଜେପି ଶାସନ ସମୟରେ ରାଜ୍ୟରେ ଦ୍ଵିଗୁଣ ବେଗରେ ଉନ୍ନତି ହେଉଛି। ପୁଣି ବିଜେପି ସରକାର ପାଇଁ କର୍ଣ୍ଣାଟକ ପ୍ରସ୍ତୁତ। କୃଷକ ଓ କର୍ଣ୍ଣାଟକବାସୀଙ୍କୁ କଂଗ୍ରେସ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛି। କଂଗ୍ରେସ ସରକାର ଅମଳରେ ରାଜ୍ୟର କୃଷକମାନେ ଆଦୌ ଉପକୃତ ହୋଇ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ।

Leave a Reply

Your email address will not be published. Required fields are marked *

Back to top button