ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର : ଦୀର୍ଘଦିନ ପରେ ରାଜ୍ୟରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟୁଇଟ୍‌ କରି ଦିଆଯାଇଛି ସୂଚନା। ଦେଶ ଏବଂ ରାଜ୍ୟରେ ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି।

ଖବର ହେଲା ସରକାରୀ ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ସମସ୍ତ ସଙ୍ଗଠନ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ। ଫଳରେ ସମସ୍ତ ଚିକିତ୍ସକ, ସ୍ୱାସ୍ଥ୍ୟସେବା ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ ଓ ପରୀକ୍ଷାଗାର କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ। ସୂଚନାଯୋଗ୍ୟ କରୋନା ମାମଲା ବଢୁଥିବାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ହୋଇପଡିଛି।

Leave a Reply

Your email address will not be published. Required fields are marked *

Back to top button