ଶଳାକୁ ଭିଣୋଇର ଏସିଡ୍ ମାଡ

ନୟାଗଡ଼ : ପାରିବାରିକ ବିବାଦରୁ ଭିଣୋଇର ଏସିଡ୍ ମାଡରେ ଶଳା ଗୁରୁତର। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନୟାଗଡ ସଦରଥାନା ବାଲୁଗାଁରେ ଘଟିଛି ଏହି ଘଟଣା।

ଖବର ଅନୁଯାୟୀ ଇଟାମାଟିଚମ୍ପତିପୁର ଗାଁର ମାନସ ସାଥୁଆଙ୍କ ଭଉଣୀ ଲକ୍ଷ୍ମୀପ୍ରୀୟା ସଦରଥାନା ବାଲୁଗାଁ ବିଜୟ ପୃଷ୍ଟିଙ୍କୁ ବିବାହ କରିଥିଲେ। ବିଜୟ ସବୁବେଳେ ପତ୍ନୀଙ୍କୁ ଶାରୀରିକ ନିର୍ଯାତନା ଦେଉଥିବାରୁ ଲକ୍ଷ୍ମୀପ୍ରିୟା ଥାନାରେ ବିଭିନ୍ନ ସମୟରେ ଅଭିଯୋଗ କରୁଥିଲେ। ଆଉ ହେଉଥିଲା ସମସ୍ୟାର ସମାଧାନ। ହେଲେ ଦୁଇଦିନ ତଳେ ବିଜୟ ପୁଣିଥରେ ଲକ୍ଷ୍ମୀଙ୍କୁ ମାଡ ମାରିବାରୁ ସେ ଥାନାରେ ଅଭିଯୋଗ କରିବା ସହିତ ଭାଇ ଘରକୁ ପଳାଇଯାଇଥିଲେ।

ମାନସ ଆଜି ସାର ନେବାକୁ ବାଲୁଗାଁ ଆସି ଗାଁକୁ ଫେରିବା ସମୟରେ ବିଜୟ ଓ ଅନ୍ୟ ଦୁଇଜଣ ପଛପଟୁ ଏସିଡ୍ ଫିଙ୍ଗିଥିଲେ। ସ୍ଥାନୀୟ ଲୋକମାନେ ମାନସଙ୍କୁ ମେଡିକାଲକୁ ନେଇଥିଲେ। ଏ ସମ୍ପର୍କରେ ସଦରଥାନା ଅଭିଯୋଗ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button