୧୧ରୁ ଛୁଟିରେ ଯିବେ ଡିଜିପି : ଦାୟିତ୍ୱ ତୁଲାଇବେ ଗୁଇନ୍ଦା ନିର୍ଦ୍ଦେଶକ

କଟକ : ଡିସେମ୍ବର ୧୧ ତାରିଖରୁ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ଅଭୟ ଛୁଟିରେ ଯିବେ। ଗୃହ ବିଭାଗ ଡିସେମ୍ବର ୧୩ରୁ ୧୬ ତାରିଖ ଅଭୟଙ୍କ ଛୁଟି ମଞ୍ଜୁର କରିଥିବା ବେଳେ ୧୧ ଓ ୧୨ ତାରିଖ ରହିଛି ସରକାରୀ ଛୁଟି। ଏ ଦୁଇଦିନ ସେ ଦାୟିତ୍ୱରେ ରହିବେ ନାହିଁ। ତେଣୁ ଡିସେମ୍ବର ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ପୋଲିସ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ବରିଷ୍ଠ ଆଇପିଏସ୍ ଅଫିସର ଲଳିତ ଦାସ କାର୍ଯ୍ୟ ତୁଲାଇବେ। ସୂଚନାଯୋଗ୍ୟ ଡିଜିପି ଅଭୟ ସପତ୍ନୀକ ଆଣ୍ଡାମାନ ନିକୋବର ବୁଲିବା ପାଇଁ ଏଲ୍‌ଟିସିରେ ଯାଉଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *

Back to top button