ଭାରତୀୟ ଏସଏମବି ସମୂହ ପାଇଁ ନିଓବ୍ୟାଙ୍କ ଫ୍ଲୋବିଜ୍‍ ପକ୍ଷରୁ ସିରିଜ୍‍ ‘ବି’ରେ ୩୧ ନିୟୁତ ଡଲାର ସଂଗ୍ରହ

ବେଙ୍ଗାଲୁରୁ/ ଭୁବନେଶ୍ୱର : ଭାରତୀୟ ଏସଏମବି ଗୁଡିକ ପାଇଁ ଏକ ନିଓବ୍ୟାଙ୍କ ଫ୍ଲୋବିଜ୍‍, ସିରିଜ ‘ବି’ ପର୍ଯ୍ୟାୟରେ ସିକୋଇଆ କ୍ୟାପିଟାଲ ଇଣ୍ଡିଆ, ଥିଙ୍କ ଇନଭେଷ୍ଟମେଣ୍ଟସ ଓ ଏହାର ନିବେଶକ ଏଲିଭେସନ କ୍ୟାପିଟାଲ ଏବଂ ବିନେକ୍ସଟ ଦ୍ୱାରା ୩୧ ନିୟୁତ ଡଲାର ସଂଗ୍ରହ କରିଛି। ଏହି ପାଣ୍ଠିକୁ ଟିମ୍‍ ସମ୍ପ୍ରସାରଣ, ଉତ୍ପାଦ ବିକାଶ ଓ ଆବଣ୍ଟନ ବ୍ୟବସ୍ଥାରେ ସମ୍ପ୍ରସାରଣ କରି ଅଧିକ ବ୍ୟବସାୟ ସଂସ୍ଥାକୁ ସେବା ଯୋଗାଇବା କ୍ଷେତ୍ରରେ ନିବେଶ କରାଯିବ। ଫ୍ଲୋବିଜ୍‍ ଖୁବଶୀଘ୍ର ଆର୍ଥିକ ସେବା କ୍ଷେତ୍ରକୁ ପ୍ରବେଶ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଥିବାବେଳେ ଏହା ମଧ୍ୟ ସଂଗଠନ ଭିତରେ ଅତିରିକ୍ତ ବୈଷୟିକ ଦକ୍ଷତା ନିର୍ମାଣ ଉପରେ ଦୃଷ୍ଟିନିବଦ୍ଧ କରିବ।

ସଦ୍ୟତମ ପର୍ଯ୍ୟାୟରେ ବିଜୟ ଶେଖର ଶର୍ମା (ପେଟିଏମ୍‍), କୁନାଲ ଶାହ (କ୍ରେଡ), ଜିତେନ ଗୁପ୍ତା (ଜୁପିଟର), ଅମ୍ରିଶ ରାଉ (ପାଇନ୍‍ ଲାବ୍ସ), ନିରଜ ଆରୋରା (ହାଲୋଆପ୍‍), ନିତିନ ଗୁପ୍ତା (ୟୁନି କାର୍ଡସ), ଅଙ୍କିତ ତୋମାର (ବିଜୋଙ୍ଗୋ), ସୟାଲି କରଞ୍ଜକର (ପେସେନ୍ସ) ଏବଂ କ୍ରିଷନ ମେନନ (ବୁକୁକାସ୍‍)ଙ୍କ ଭଳି ବ୍ୟକ୍ତିବିଶେଷ ଏବଂ ୯ୟୁନିକର୍ନ ଓ ହ୍ୱାଇଟବୋର୍ଡ କ୍ୟାପିଟାଲ ଅଂଶଗ୍ରହଣ କରିଥିଲେ। ଫ୍ଲୋବିଜ୍‌ର ଛାମୁଆ ଉତ୍ପାଦ ମାଇଁବିଲ୍‍ବୁକ ଏସଏମବି ମାଲିକମାନଙ୍କୁ ସେମାନଙ୍କର ଇନଭଏସିଂକୁ ଡିଜିଟାଇଜ କରିବା, ବିଜନେସ ଆକାଉଣ୍ଟିଂକୁ ଅଧିକ ଶାଣିତ କରିବା ଏବଂ ସେମାନଙ୍କ ଉଦ୍ୟୋଗଗୁଡିକର କାର୍ଯ୍ୟଧାରାକୁ ସ୍ୱୟଂକ୍ରିୟ କରିବା ଦିଗରେ ସହାୟତା କରିବାକୁ ୨୦୨୦ ଜାନୁଆରୀରେ ପ୍ରଚଳନ କରାଯାଇଥିଲା। ଏହା ସାମଗ୍ରୀର ହିସାବ ବଜାୟ ରଖିବା, ପ୍ରାପ୍ୟ ଓ ଦେୟ ପରିଚାଳନା, ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟିକ ରିପୋର୍ଟକୁ ଉପଯୋଗ କରି ଦକ୍ଷ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସମର୍ଥ କରିବାରେ ସହାୟତା କରିଥାଏ । ମାସକୁ ୧ ନିୟୁତରୁ ଅଧିକ ସକ୍ରିୟ ବ୍ୟବହାରକାରୀଙ୍କୁ ନେଇ ଏସଏମବିଗୁଡିକ ସଂପ୍ରତି ପ୍ରତି ମାସରେ ମାଇଁବିଲ୍‍ବୁକରେ ୧ ବିଲିଅନ ଡଲାର ମୂଲ୍ୟର କାରବାର କରୁଛି।

ସଂପ୍ରତି ଇଂରାଜୀ, ହିନ୍ଦୀ, ଗୁଜରାଟି ଏବଂ ତାମିଲ ଭାଷାରେ ଉପଲବ୍ଧ ହେଉଥିବା ମାଇଁବିଲ୍‍ବୁକ ଗୁଗଲ ପ୍ଲେ ଷ୍ଟୋରରେ ବ୍ୟବସାୟ ବିଭାଗରେ ନିରନ୍ତର ଭାବରେ ଏକ ଶୀର୍ଷ ମାନ୍ୟତାପ୍ରାପ୍ତ ଆପ୍‍ ହୋଇଛି। କମ୍ପାନୀ ଏହି ଆପ୍‍କୁ ଆଗାମୀ ୬ ମାସ ମଧ୍ୟରେ ଆଉ ଅନ୍ୟୂନ ୫ଟି ଆଞ୍ଚଳିକ ଭାଷାରେ ପ୍ରଚଳନ କରିବା ଲକ୍ଷ୍ୟ ରଖିଛି । ଏହି ଉତ୍ପାଦରେ ମଧ୍ୟ ଏଆଇ ଏବଂ ଇମେଜ ପ୍ରୋସେସିଂ ଆଦି ଅଧିକ ବ୍ୟବହାର ହେବାକୁ ଯାଉଛି, ଯଦ୍ଦ୍ୱାରା ଭାରତର ଦ୍ୱିତୀୟ ଓ ତୃତୀୟ ବର୍ଗ ସହରଗୁଡିକରେ ପ୍ରଯୁକ୍ତି ସମ୍ପର୍କରେ କମ୍‍ ଅଭିଜ୍ଞ ଏସଏମବି ମାଲିକମାନଙ୍କ ଏଥିରେ ଯୋଡିହେବା ଡିଜିଟାଲ ଆକାଉଣ୍ଟିଂ କ୍ଷେତ୍ରରେ ତାଙ୍କ ପାଇଁ ଏକ ମଜାଦାର ପ୍ରଥମ ସୋପାନ ହେବ।

ଫ୍ଲୋବିଜ୍‍ର ସହ ପ୍ରତିଷ୍ଠାତା ଓ ସିଇଓ ରାହୁଲ ରାଜ କହିଛନ୍ତି ଏସଏମବିଗୁଡିକ ଆମ ଅର୍ଥନୀତି ଏବଂ ଆମ ଦୈନନ୍ଦିନ ଜୀବନର ଏକ ବୃହତ ଅଂଶ ହୋଇଛି। ଫ୍ଲୋବିଜ୍‍ ଟିମ୍‍ରେ ପ୍ରତ୍ୟେକ ବ୍ୟକ୍ତି ଆମ ଚତୁପାଶ୍ୱର୍ରେ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ସଂସ୍ଥାଗୁଡିକର ଅଭିବୃଦ୍ଧିକୁ ଶକ୍ତିଶାଳୀ କରି ଏକ ପ୍ରଭାବ ସୃଷ୍ଟି କରିବାର ଗଭୀର ଇଛାଶକ୍ତି ଦ୍ୱାରା ପରିଚାଳିତ ହେଉଛନ୍ତି। ଏହା ଆମର ଚିନ୍ତାଶୀଳ ଉତ୍ପାଦ ବିକାଶ ଏବଂ ବିବିଧ ସଂଗଠନରେ ଗ୍ରାହକଙ୍କର ପରିବ୍ୟାପ୍ତ ଆକାଂକ୍ଷା ପୂରଣ କରିବାରେ ରୂପାନ୍ତରିତ ହୋଇଛି।

ସିକୋଇଆ କ୍ୟାପିଟାଲ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତେଜେସ୍ୱୀ ଶର୍ମା କହିଛନ୍ତି କ୍ଷୁଦ୍ର ବ୍ୟବସାୟ ସଂସ୍ଥାଗୁଡିକ ଆମ ଅର୍ଥନୀତିର ପ୍ରକୃତ ବୀର। ଏସଏମବି ଅର୍ଥନୀତିକୁ ପ୍ରଯୁକ୍ତି ବଳରେ ବଳିୟାନ କରିବାକୁ ଏହିମାନଙ୍କ ନିମନ୍ତେ ଜଣଙ୍କର ଗଭୀର ବୁଝିବା ଶକ୍ତି, ଅନ୍ତର୍ଦୃଷ୍ଟି ଏବଂ ଆଗ୍ରହ ରହିବା ଜରୁରୀ। ଏଲିଭେସନ କ୍ୟାପିଟାଲର ପାର୍ଟନର ମ୍ରିଦୁଲ ଆରୋରା କହିଛନ୍ତି ଉପଭୋକ୍ତା ଭାବରେ ଅଧିକାଂଶ ଏସଏମବି ମାଲିକମାନେ ଏହି ଶ୍ରେଣୀର ସର୍ବୋତ୍ତମ ଆପ୍‍ ଓ ସଫ୍ଟୱେର ଉତ୍ପାଦଗୁଡିକ ସଂସ୍ପର୍ଶରେ ଆସୁଛନ୍ତି। ଗତ ୧୮ ମାସ ମଧ୍ୟରେ ଡିଜିଟାଲ ଗ୍ରହଣୀୟତାରେ ଦ୍ରୁତ ଅଭିବୃଦ୍ଧି ଦ୍ୱାରା ସେହି ଉଚ୍ଚତର ମାନ ସହିତ ସମକକ୍ଷ ହେଉଥିବା ବ୍ୟବସାୟିକ ସାଧନ ଓ ସଫ୍ଟୱେରର ଆବଶ୍ୟକତା ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧିପାଇଛି ଏବଂ ମାଇଁବିଲ୍‍ବୁକ ଏହି ଶ୍ରେଣୀରେ ଏକ ଅଗ୍ରଣୀ ସ୍ଥାନ ଅଧିକାର କରିଛି

Leave a Reply

Your email address will not be published. Required fields are marked *

Back to top button