ଜମି ବିଵାଦକୁ ନେଇ ହଣାକଟା, ୯ ଆହତ

ଭଦ୍ରକ : ଜମି ବିଵାଦକୁ କେନ୍ଦ୍ରକରି ତିହିଡ଼ି ଥାନା ଅନ୍ତର୍ଗତ ଗୁଆମାଳ ପଞ୍ଚାୟତ ମୁଢ଼ସାହିରେ ହଣାକଟା ହୋଇଛି। ଦୁଇ ପରିବାର ଧାରୁଆ ଅସ୍ତ୍ରରେ ପରସ୍ପରକୁ ଆକ୍ରମଣ କରିବାରୁ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ମୁଢ଼ସାହିର ଶ୍ୟାମସୁନ୍ଦର ପୃଷ୍ଟି ଓ କୃପାସିନ୍ଧୁ ପୃଷ୍ଟିଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗି ରହିଥିଲା। ଗତକାଲି ଉଭୟ ପରିବାର ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା। ଦୁଇ ପରିବାରର ସଦସ୍ୟମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ୪ ଜଣ ମହିଳା ଓ ୫ ପୁରୁଷ ଆହତ ହୋଇଥିଲେ। ଏହି ଘଟଣା ପରେ ଗାଁରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଉଭୟ ପରିବାର ଲୋକଙ୍କୁ ପୋଲିସ ଓ ପୂର୍ବତନ ସରପଞ୍ଚ ବୁଝାସୁଝା କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button