କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମହଙ୍ଗା ହେଲା

ନୂଆଦିଲ୍ଲୀ : ଆଜିଠାରୁ କମର୍ସିଆଲ ଗ୍ୟାସ୍ ଦର ମହଙ୍ଗା ହୋଇଛି। ସିଲିଣ୍ଡର ପିଛା ୧୦୧.୫୦ ଟଙ୍କା ବଢ଼ିଛି।
ଖବର ଅନୁଯାୟୀ ନଭେମ୍ବର ପହିଲାରୁ ୧୯ କେଜି ବିଶିଷ୍ଟ କମର୍ସିଆଲ ଗ୍ୟାସ୍ ନୂଆ ଦର ଲାଗୁ ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ଏହି ଗ୍ୟାସ୍ ସିଲିଣ୍ଡର ୧୮୩୩ ଟଙ୍କାରେ ପହଞ୍ଚିଛି। ସେହିପରି ମୁମ୍ବାଇରେ ୧୭୮୫.୫୦, କୋଲକତାରେ ୧୯୪୩ ଟଙ୍କା ଓ ଚେନ୍ନାଇରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ୧୯୯୯.୫୦ ଟଙ୍କାରେ ପହଞ୍ଚିଛି।