ଶୁକ୍ରାଣୁ-ଡିମ୍ବାଣୁ ଓ ଗର୍ଭାଶୟ ବିନା ମାନବ ଭୃଣ ସୃଷ୍ଟି କଲେ ବୈଜ୍ଞାନିକ

ନୂଆଦିଲ୍ଲୀ : ପୁରୁଷର ଶୁକ୍ରାଣ ଓ ସ୍ତ୍ରୀର ଡିମ୍ବାଣୁ ବିନା ଏକ ବୈଜ୍ଞାନିକମାନେ ମାନବ ଭୃଣ ପ୍ରସ୍ତୁତ କରିଛନ୍ତି। କେବଳ ଏତିକି ନୁହେଁ ଭୃଣକୁ ବୃଦ୍ଧି କରିବା ପାଇଁ ସେମାନେ ଗର୍ଭାଶୟର ମଧ୍ୟ ସହାୟତା ନେଇ ନାହାନ୍ତି।

ଖବର ଅନୁଯାୟୀ ୱେଇଜମ୍ୟାନ୍ନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସର ପ୍ରଫେସର ଜ୍ୟାକୋବ ହାନ୍ନାଙ୍କ ନେତୃତ୍ୱରେ ଏକ ଅନୁସନ୍ଧାନକାରୀ ଦଳ ଏହି ଅନୁଧ୍ୟାନ କରିଛନ୍ତି। ସେମାନେ ଦାବି କରିଛନ୍ତି ଲ୍ୟାବରେ ଷ୍ଟେମ କୋଷରୁ ମାନବ ଭୃଣର ସମ୍ପୂର୍ଣ୍ଣ ମଡେଲ୍ ସୃଷ୍ଟି ହୋଇଛି। ୧୪ ଦିନ ପର୍ଯ୍ୟନ୍ତ ଏହାକୁ ଗର୍ଭ ବାହାରେ ବୃଦ୍ଧି କରାଇବା ସଫଳ ହୋଇଛି। ଗର୍ଭପାତ, ଜନ୍ମ ବେଳେ ସମସ୍ୟା ଆଦି କ୍ଷେତ୍ରରେ ଏହି ଅନୁସନ୍ଧାନ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରେ। ଏହାଛଡା ବିଶେଷ ଭିନ୍ନତା ହେଲା ଜେନେଟିକାଲ୍ ମୋଡିଫାୟାଡ୍ ଷ୍ଟେମ୍ ସେଲ୍ ଅପେକ୍ଷା ରାସାୟନିକ ପରିବର୍ତ୍ତିତ ଭୃଣକୁ ସମ୍ପୂର୍ଣ୍ଣ ରୂପେ ଏକ ଅବିକଳ ମାନବ ଭୃଣ ପରି ଆକାର ଦେଇଛି। ଏଥିରେ ମାନବ ଭୃଣ ଭଳି ଏକ ହଳଦିଆ ଥଳି ଓ ଆମନିଓଟିକ୍ କ୍ୟାଭିଟି ରହିଛି।

ସେଇପରି ବ୍ରିଟେନର ଫ୍ରାନ୍ସିସ୍ କ୍ରିକ୍ ଇନଷ୍ଟିଚ୍ୟୁଟର ଜେମ୍ସ ବ୍ରିସ୍କୋ କହିଛନ୍ତି ଏହି ମଡେଲ ଗୁଡିକ ଗର୍ଭପାତ, ଜନ୍ମ ଦୋଷ ଓ ବନ୍ଧ୍ୟାକରଣ ଭଳି ପରିସ୍ଥିତି ଅଧ୍ୟୟନ ପାଇଁ ବିଶେଷ ମୂଲ୍ୟବାନ ହୋଇପାରେ। ସେ କହିଛନ୍ତି ଏହି ମଡେଲ୍ ବିଭିନ୍ନ କୋଷ ପ୍ରକାର ସୃଷ୍ଟି କରୁଥିବା ପରି ଦେଖାଯାଏ। ଯାହା ପ୍ରାରମ୍ଭିକ ପର୍ଯ୍ୟାୟ ଟିସୁ ବିକାଶରେ ସହାୟକ ହୋଇଥାଏ। ବ୍ରିସ୍କୋ ମଧ୍ୟ ଜୈବ ଚିକିତ୍ସା ଅନୁସନ୍ଧାନ ଚାରିଟିର ମୁଖ୍ୟ ଗ୍ରୁପ୍ ଲିଡର୍ ତଥା ଅନୁସନ୍ଧାନର ସହଯୋଗୀ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି।

ଅନ୍ୟପକ୍ଷରେ ଅନୁସନ୍ଧାନ ସହ ଜଡିତ ନଥିବା ବୈଜ୍ଞାନିକମାନେ କହିଛନ୍ତି ଏହି ମଡେଲ ଗୁଡିକୁ ମନୁଷ୍ୟର ଭ୍ରୁଣ ଭାବରେ ଗ୍ରହଣ କରାଯିବା ଉଚିତ୍ ନୁହେଁ। ଅନୁସନ୍ଧାନ ନିଶ୍ଚିତ ରୂପେ ମାନବ ଭୃଣ ସହ ସାମଞ୍ଜସ୍ୟ। କିନ୍ତୁ ଏହା ଗର୍ଭାଶୟର ଭୃଣ ଭଳି ସମାନ ନୁହଁ। ଅନ୍ୟ ଜଣେ ବୈଜ୍ଞାନିକ ଭୃଣ ତିଆରି ଗର୍ଭାଶୟରେ ନ ରଖି ୧୪ ଦିନ ପର୍ଯ୍ୟନ୍ତ ବୃଦ୍ଧି ଉପରେ ଗୁରୁତ୍ୱ ଦେଇଛନ୍ତି। ତେଣୁ ଏ ଦିଗରେ ଅଧିକ ଅନୁଧ୍ୟାନ କରାଗଲେ ନୂଆ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button