ପ୍ରେକ୍ଷାଳୟକୁ ଆସିବ ଫିଲ୍ମ ‘ମନେ ମନେ ମନ ଖୋଜୁଥିଲା’

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ‘ମନେ ମନେ ମନ ଖୋଜୁଥିଲା’ର ମ୍ୟୁଜିକ୍ ନିକଟରେ ରିଲିଜ୍ ହେଇଯାଇଛି। ଆଉ କିଛିଦିନ ଭିତରେ ପ୍ରେକ୍ଷାଳୟକୁ ଆସିବ।

ଅନନ୍ୟ ଏଣ୍ଟର୍‌ଟେନ୍‌ମେଣ୍ଟ ନିବେଦିତ ଓ ପ୍ରଭାତୀ ଆଚାର୍ଯ୍ୟ ପ୍ରଯୋଜିତ ଏଇ ନୂଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏନ୍. ପାଢ଼ୀ। କାହାଣୀ ପରିକଳ୍ପନା ଦୁର୍ଗା ଆଚାର୍ଯ୍ୟ ଓ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ଲେଖିଛନ୍ତି ଦୀପକ ଜେନା। ସଙ୍ଗୀତ ସଜାଇଛନ୍ତି ଜି. ଅଶୋକ କୁମାର। ଏଇ ଚଳଚ୍ଚିତ୍ରର କାହାଣୀ ଶତ୍ରୁତା ଓ ପ୍ରେମ ପୃଷ୍ଠଭୂମିରେ ଛିଡ଼ାହେଇଛି।

ମହାଭାରତ ପରି କଳିଯୁଗର ଅଭିମନ୍ୟୁ ଓ ଦୁର୍ଯ୍ୟୋଧନଙ୍କ ମଧ୍ୟରେ ଅନୁରୂପ ଶତ୍ରୁତା ରହିଛି। ହେଲେ ଅଭିମନ୍ୟୁଙ୍କ ପୁଅ ଓମ୍ ଓ ଦୁର୍ଯ୍ୟୋଧନଙ୍କ ଝିଅ ଗୌରୀ ଭିତରେ ଗଢ଼ିଉଠିଛି ପ୍ରେମସମ୍ପର୍କ। ବାପାଙ୍କର ଶତ୍ରୁ ଘରେ ଯାଇ କେମିତି ଓମ୍ ଓ ଗୌରୀ ଘର ବସେଇବେ, ଏଥିପାଇଁ ସେମାନଙ୍କୁ କିପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ତାହା ଏଇ ଚଳଚ୍ଚିତ୍ରରେ ପ୍ରତିଫଳିତ ହେଇଛି। ଏଥିରେ ଓମ୍ ଭୂମିକାରେ ଓମକାର, ଗୌରୀ ଭୂମିକାରେ ନମ୍ରତା ସିଂହଦେଓ ଓ ଅନ୍ୟ ଜଣେ ନାୟିକା ଭୂମିକାରେ ଅଛନ୍ତି ପ୍ରିୟଙ୍କା। ଏମାନଙ୍କ ବ୍ୟତୀତ ମିହିର ଦାସ, ଅଶ୍ରୁମୋଚନ, ପ୍ରତିଭା ପଣ୍ଡା, ଅଞ୍ଜନା ଦାସ, ଶୁଭମ୍ ଓ ଆପ୍ପାରାଓଙ୍କୁ ଏହି ଚଳଚିତ୍ରରେ ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *

Back to top button