ରତ୍ନଭଣ୍ଡାର ସୁରକ୍ଷା ମାମଲା : ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ରତ୍ନଭଣ୍ଡାର ମରାମତି ପାଇଁ ଆସନ୍ତା ଦୁଇମାସ ମଧ୍ୟରେ ଗଠନ ହେବ ଉଚ୍ଚସ୍ତରୀୟ କମିଟି। ଏଥିପାଇଁ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। କମିଟି ଗଠନ ବେଳେ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କ ହସ୍ତକ୍ଷେପ ଲୋଡିପାରିବେ କୋର୍ଟ କହିଛନ୍ତି।

ଖବର ଅନୁଯାୟୀ ରତ୍ନଭଣ୍ଡାର ସୁରକ୍ଷା ସମ୍ପର୍କିତ ମାମଲାରେ ହାଇକୋର୍ଟ ଗତ ୨୬ ତାରିଖ ଦିନ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଶୁକ୍ରବାର ରାୟ ପ୍ରକାଶ ପାଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ୍‌ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବ ସଂରକ୍ଷିତ ରାୟ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ବିଜେପି ନେତା ସମୀର ମହାନ୍ତି ରତ୍ନ ଭଣ୍ଡାର ଖୋଲିବାକୁ ମାମଲା ଦାୟର କରିଥିଲେ।

Leave a Reply

Your email address will not be published. Required fields are marked *

Back to top button