ବିରୋଧୀଙ୍କ ରାତ୍ରଭୋଜନରେ ଯୋଗଦେବେନି ମମତା

କୋଲକାତା : ଜୁଲାଇ ୧୭ ବିରୋଧୀଙ୍କ ରାତ୍ରୀ ଭୋଜନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେ ନାହିଁ। କାରଣ ତାଙ୍କୁ ଅସ୍ତ୍ରୋପଚାର ପରବର୍ତ୍ତୀ ସତର୍କତା ପାଳନ କରିବାକୁ ପଡିବ। କିନ୍ତୁ ଜୁଲାଇ ୧୮ ବିରୋଧୀଦଳର ଦିନିକିଆ ବୈଠକରେ ସେ ଯୋଗଦେବେ। ତୃଣମୂଳ କଂଗ୍ରେସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଖବର ଅନୁଯାୟୀ ଜୁନ୍ ୨୭ରେ ଉତ୍ତରବଙ୍ଗର ଭୋକେ ଏୟାରବେସରେ ମମତା ବାନାର୍ଜୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ ସମୟରେ ତାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିଲା। ଗତ ଗୁରୁବାର କୋଲକାତାର ସରକାରୀ ଏସଏସକେଏମ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ତେଣୁ ସେ ରାତ୍ରି ଭୋଜନରେ ଯୋଗଦେବେ ନାହିଁ ବୋଲି ଟିଏମସି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜୁଲାଇ ୧୭ରେ ବେଙ୍ଗାଲୁରୁରେ ବିରୋଧୀଦଳମାନଙ୍କ ପାଇଁ ଏକ ରାତ୍ରୀ ଭୋଜନର ଆୟୋଜନ କରିଛନ୍ତି। ଏହା ପୂର୍ବରୁ ଜୁନ ୨୩ରେ ବିହାରର ପାଟନାରେ ବିରୋଧୀ ଦଳଙ୍କ ବୈଠକ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button