ଆସନ୍ତାକାଲିଠାରୁ ଅମିତ ଶାହଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ

ଭୁବନେଶ୍ଵର : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସେ ଶୁକ୍ରବାର ରାତି ୧୦ଟା ୪୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବେ।

ଖବର ଅନୁଯାୟୀ ଶନିବାର ପୂର୍ବାହ୍ନ ୧୧ଟାରୁ ୧୨ଟା ଯାଏ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ। ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ ପର୍ଯ୍ୟନ୍ତ ନକ୍ସଲ ଦମନ ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଦଳୀୟ ବୈଠକ ଅନୁଷ୍ଠିତ ହେବ। ବୈଠକ ଶେଷ ପରେ ବିଜେପି ପାର୍ଟି ଅଫିସରେ ଶ୍ରୀ ଶାହ ମଧ୍ୟାହ୍ନ ଭୋଜନ କରିବେ। ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହ ରୁଦ୍ଧ ଦ୍ୱାର ବୈଠକ ଓ ସଂନ୍ଧ୍ୟା ୬ଟାରେ ସେ ଭୁବନେଶ୍ୱର ଛାଡିବା ପୂର୍ବରୁ ବିମାନ ବନ୍ଦର ଲାଉଞ୍ଜରେ ଦଳୀୟ କର୍ମୀଙ୍କ ସହ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *

Back to top button