ଯୁବକଙ୍କୁ ଯୌନାଙ୍ଗ କାଟି ହତ୍ୟା

ବରଗଡ଼ : ବରଗଡ଼ ଜିଲ୍ଲା ସୋହେଲା ବୁଡ଼ାମାଲରେ ଜଣେ ଯୁବକଙ୍କ ଯୌନାଙ୍ଗକୁ କାଟି ହତ୍ୟା କରାଯାଇଛି। ଏହି ଚାଞ୍ଚଲ୍ୟକର ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସାଧାରଣରେ ହେଉଥିବା ଆଲୋଚନା ଅନୁଯାୟୀ ମୃତକର ନାଆଁ ସାନନ୍ଦ ସା। ତାଙ୍କର ଜଣେ ବିବାହିତା ମହିଳାଙ୍କ ସହ ଅନୈତିକ ସଂପର୍କ ଥିଲା। ଗତ ରାତିରେ ସାନନ୍ଦ ସେହି ମହିଳାଙ୍କ ଘରକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି। ବିଲରେ ପଡିଛି ମୃତଦେହ। ଅନୈତିକ କାର୍ଯ୍ୟ ବେଳେ ଧରି ଗ୍ରାମବାସୀ ଯୁବକଙ୍କ ଯୌନାଙ୍ଗ କାଟିଦେଇଥିବା କୁହାଯାଉଛି। ତେବେ ପୋଲିସ ଅନୁସନ୍ଧାନ ପରେ ପ୍ରକୃତ କଥା ଜଣାପଡିବ।

Leave a Reply

Your email address will not be published. Required fields are marked *

Back to top button