ଟ୍ରେନରେ ବିଳାଶପୁରରୁ ରାୟପୁର ଗଲେ ରାହୁଲ

ରାୟପୁର : ଆଗକୁ ଛତିଶଗଡ଼ ବିଧାନସଭା ନିର୍ବାଚନ। ଦଳର ସ୍ଥିତି ମଝବୁତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଛତିଶଗଡ଼ ଗସ୍ତରେ ଥିବା ବେଳେ ସାଧାରଣ ଲୋକଙ୍କ ସହିତ ମିଶିବା ଉପରେ ସେ ଗୁରୁତ୍ଵ ଦେଉଛନ୍ତି। ଏହି କ୍ରମରେ ରାହୁଲ ଆଜି ବିଳାଶପୁରରୁ ଟ୍ରେନରେ ରାୟପୁରକୁ ଯାତ୍ରା କରିଥିବା ଜଣାପଡିଛି।

ଖବର ଅନୁଯାୟୀ ରାହୁଲଙ୍କ ଟ୍ରେନ ଯାତ୍ରାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଟ୍ରେନରେ ସେ ସାଧାରଣ ଲୋକଙ୍କ ମଧ୍ୟରେ ବସି ସେମାନଙ୍କ ସହିତ କଥା ବାର୍ତ୍ତା କରୁଥିବା ଦେଖିବାକୁ ମିଳୁଛି। ଗତ ସପ୍ତାହରେ ସେ କୁଲିମାନଙ୍କ ସହ କେବଳ ଆଲୋଚନା କରିନଥିଲେ, ଏକ ସୁଟକେସ ମୁଣ୍ଡରେ ବହନ କରିଥିବା ଫଟୋ ଭାଇରାଲ ହୋଇଥିଲା। ପୂର୍ବରୁ ମଧ୍ୟ କୃଷକମାନଙ୍କୁ ଭେଟିଥିଲେ।

ସୋମବାର ରାହୁଲ ବିଳାଶପୁରରେ ଅନୁଷ୍ଠିତ ଆବାସ ନ୍ୟାୟ ସମ୍ମିଳନୀରେ ସାମିଲ ହୋଇଥିଲେ। ଏହି ଅବସରରେ ସେ କହିଥିଲେ ସରକାରଙ୍କ ପାଖରେ ଦେଶର ସବୁ ଜାତିଙ୍କ ସଂପର୍କିତ ତଥ୍ୟ ରହିଛି। କିନ୍ତୁ ତାହାକୁ ସାଧାରଣରେ ପ୍ରକାଶ କରାଯାଉନାହିଁ।

Leave a Reply

Your email address will not be published. Required fields are marked *

Back to top button