୬ ଥାକିଆ ହେବ ଖାନନଗରରୁ-ଲିଙ୍କ୍ ରୋଡ ରାସ୍ତା

ଭୁବନେଶ୍ଵର : କଟକ ଖାନ ନଗରଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ ରାସ୍ତାକୁ ୬ ଲେନ ବିଶିଷ୍ଟ କରାଯିବ। ୨୪ ମାସ ମଧ୍ୟରେ ଶେଷହେବ ଏହି ପ୍ରକଳ୍ପ। ଏହାକୁ ମିଶାଇ ୧୫ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ସୂଚନା ଅନୁଯାୟୀ କଟକର ଟ୍ରାଫିକ ସମସ୍ୟା ସମାଧାନ ପାଇଁ ଖାନ ନଗରଠାରୁ ଲିଙ୍କ ରୋଡ ପର୍ଯ୍ୟନ୍ତ ରାସ୍ତାକୁ ୬ ଲେନ ବିଶିଷ୍ଟ କରାଯିବ। ଏହି ପ୍ରକଳ୍ପ ୨୪ ମାସ ମଧ୍ୟରେ ଶେଷହେବାକୁ ଥିବା ବେଳେ ଖର୍ଚ୍ଚ ହେବ ୧୨୧ କୋଟି ୬୫ ଲକ୍ଷ ଟଙ୍କା।

ସେହିପରି ଓଡିଶା ଇଭି ପଲିସି-୨୦୨୧ରେ ସଂଶୋଧନକୁ କ୍ୟାବିନେଟ ଅନୁମୋଦନ ଦେଇଛି। ଇ-ଯାନ କ୍ରୟ ଓ ପଞ୍ଜୀକରଣ ପାଇଁ ଦିଆଯାଉଥିବା ପ୍ରୋତ୍ସାହନ ରିହାତି ବୃଦ୍ଧି କରିବା ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ।

ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ପ୍ରଦାନ, ଓବିସି କମିସନ ସଂଶୋଧନ ନେଇ ଅଧ୍ୟାଦେଶ ଅଣାଯିବା ଉପରେ ଲାଗିଛି କ୍ୟାବିନେଟ୍ ମୋହର। ଅବକାରୀ ସବଇନସପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ ଓ ଓଡିଶା ଜଙ୍ଗଲସେବା କ୍ୟାଡରର ପୁନଃଗଠନ ଓ ବିଜୁ ସେତୁ ଯୋଜନାର ଅବଧିକୁ ୨୦୨୫-୨୬ ମସିହାକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି।

Leave a Reply

Your email address will not be published. Required fields are marked *

Back to top button