ବିଧବାଙ୍କୁ ଗଣଦୁଷ୍କର୍ମ : ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲ୍

ସୁନ୍ଦରଗଡ଼ : ଚଳନ୍ତା କାରରେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ। ଏହି ମାମଲାରେ ତିନି ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ ହୋଇଥିବା ବେଳେ ସେମାନଙ୍କୁ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦଣ୍ଡିତ କରିଛନ୍ତି।

ଖବର ଅନୁଯାୟୀ ୨୦୧୬ ନଭେମ୍ବର ୨୯ ତାରିଖରେ ରାଜଗାଙ୍ଗପୁର ଥାନା ଅଞ୍ଚଳର ଜଣେ ବିଧବା ଲାଞ୍ଜିବେର୍ଣ୍ଣା ସଂପର୍କୀୟଙ୍କ ଘରୁ ନିଜ ଘରକୁ ଫେରୁଥିଲେ। ବାଟରେ ପଡୋଶୀ ସୋନୁ ସୋଏ, ଇନ୍ଦ୍ରୁ କେରକେଟା ଓ ପ୍ରବୀଣ ବାରଲା ଏକ କାରରେ ଆସି ଘରେ ଛାଡ଼ି ଦେବାକୁ କହି ଚଳନ୍ତା କାରରେ ୪ ଘଣ୍ଟା କାଳ ଦୁଷ୍କର୍ମ କରିଥିଲେ। ପରେ ଘର ନିକଟ ରାସ୍ତା କଡ଼ରେ ଫୋଫାଡି ଦେଇ ଫେରାର ହୋଇ ଯାଇଥିଲେ।

ଆଜି ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜଙ୍କ ଅଦାଲତରେ ଏହି ମାମଲାର ରାୟ ପ୍ରକାଶ ପାଇଛି। ୨୧ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି କୋର୍ଟ ତିନି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ପାଇଁ ଦୁଇମାସ ଜେଲଦଣ୍ଡ ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button