ଜୟପୁର କଂଗ୍ରେସ ସମାବେଶରେ ସାଂସଦଙ୍କ ଦେଖା ମିଳିଲାନି

ଜୟପୁର : ମାଲକାନଗିରିଠାରେ ହେବାକୁ ଥିବା ମୂଳ ନିବାସୀ ଜନ ଜାଗରଣ ସମାବେଶରେ ଯୋଗ ଦେବାକୁ ଆସିଥିବା ଓଡ଼ିଶା ପ୍ରଭାରୀ ଏ.ଚେଲ୍ଲା କୁମାର, ଏଆଇସିସିର ଅନୂସୂଚିତ ଜାତି, ଓଜନଜାତି, ସଂଖ୍ୟାଲଘୁ ମୋର୍ଚ୍ଚା ସଂଯୋଜକ କେ. ରାଜୁ, ରାଜେଶ ଲିଲଟିଆ, ଶିବାଜୀ ରାଓ ମୋଘେ, ପିସିସି ସଭାପତି ଶରତ ପଟ୍ଟନାୟକ, କ୍ୟାମ୍ପନ୍ ମୁଖ୍ୟ ବିଜୟ ପଟ୍ଟନାୟକଙ୍କୁ ପାରାବେଡା ଛକରୁ ବାମୁଣିଗାଁ ପର୍ଯ୍ୟନ୍ତ ବାଇକ ରାଲିରେ ନିଆଯାଇଥିଲା।

ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ନେତୃତ୍ଵରେ ବାଇକ ରାଲି କଂଗ୍ରେସ ଭବନ ପହଚିଂ ନେତାମାନେ ଗାଡ଼ିରୁ ଓହ୍ଲାଇ ମହାପୁରୁଷମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ମହିଳା କଂଗ୍ରେସର ନେତ୍ରୀମାନେ ନେତାମାନଙ୍କୁ କାର୍ଯ୍ୟକ୍ରମର ସଫଳତା କାମନା କରି ଶୁଭେଚ୍ଛା ଜଣାଇଥିଲେ। ଏଥିରେ ଜିଲ୍ଲା ସଭାପତି ବୁଲୁ ସାହୁ, ନଗର ସଭାପତି ତଥା ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ପୂର୍ବତନ ବିଧାୟକ ରାମ କାଡ଼ାମ ଓ ରୁପକ ତୁରୁକ ଉପସ୍ଥିତ ଥିଲେ। କିନ୍ତୁ କୋରାପୁଟ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକାଙ୍କର ଦେଖା ମିଳିନଥିଲା।

ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। କାରଣ ତାରା ଓ ସପ୍ତଗିରୀଙ୍କ ମଧ୍ୟରେ ସମ୍ପର୍କ ଉତ୍ତମ ନୁହେଁ। ତେଣୁ ବିଧାୟକଙ୍କ ପତ୍ନୀ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ପଦରୁ ହଟିବା ପରେ ଦୁହିଁଙ୍କ ମଧ୍ୟରେ ତୁତୁ ମେଁ ମେଁ ଚାଳିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button