୧୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଝାଡେଶ୍ୱପୁର ବସ୍ତିରୁ ୧୫୦ ଗ୍ରାମରୁ ଅଧିକ ବ୍ରାଉନ୍‌ସୁଗର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଜଣେ ମହିଳା ସମେତ ୩ଜଣ ପୋଲିସ ଅଟକ ରଖିଛି।

ଖବର ଅନୁଯାୟୀ ଝାଡ଼େଶ୍ୱର ବସ୍ତିରେ ଧଳା ଜହର କାରବାର୍‌ ଚାଲିଥିବା ସୂଚନା ମିଳିବା ପରେ ଜଳେଶ୍ୱର ପୋଲିସ ବସ୍ତିରେ ଚଢଉ କରାଯାଇ ପ୍ରାୟ ୧୫୦ ଗ୍ରାମରୁ ଅଧିକ ବ୍ରାଉନ୍‌ସୁଗର ଜବତ ହୋଇଛି। ଏହି ଅଭିଯୋଗରେ ଜଣେ ମହିଳା ସମେତ ୩ଜଣଙ୍କୁ ପୋଲିସ ଅଟକ ରଖି ଛାନ୍‌ଭିନ୍‌ ଜାରି ରଖିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button