ଡିସେମ୍ବର ୪ରୁ ସଂସଦର ଶୀତ ଅଧିବେଶନକ

ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର ୪ ତାରିଖରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୨୨ ଯାଏ ଚାଲିବ। ୨ ତାରିଖରେ ସର୍ବଦଳୀୟ ବୈଠକ ହେବ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଶ୍ରୀ ଯୋଶୀ କହିଛନ୍ତି ୧୯ ଦିନ ଧରି ଚାଲିବାକୁ ଥିବା ଶୀତ ଅଧିବେଶନରେ ମୋଟ ୧୫ଟି କାର୍ଯ୍ୟ ଦିବସ ରହିବ। ଅଧିବେଶନ କାଳରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ ଗୃହରେ ଆଗତ କରାଯିବ। ଆଇପିସି, ସିଆପିସି ଓ ପ୍ରମାଣ ଆଇନକୁ ବଦଳ କରିବା ପାଇଁ ବିଲ ଆସିବ। ସେହିପରି ନିର୍ବାଚନ କମିଶନଙ୍କ ନିଯୁକ୍ତି ସମ୍ପର୍କରେ ମଧ୍ୟ ବିଲ ଆଗତ କରାଯିବ।

Leave a Reply

Your email address will not be published. Required fields are marked *

Back to top button