ସ୍ଥାୟୀ ହେବେ ୬୦୦ ଡାଟା ଏଣ୍ଟ୍ରି ଅପରେଟର

କଟକ : ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟ କରୁଥିବା ୬ ଶହ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବୁଧବାର ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠର ରାୟକୁ ଡିଭିଜନ ବେଞ୍ଚ କାଏମ କରିଛନ୍ତି। ୩ ମାସ ଭିତରେ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୨୦୧୩ ସେପଟେମ୍ବର ୧୭ ବିଜ୍ଞପ୍ତି ଠାରୁ ଠିକା ଡାଟା ଏଣ୍ଟ୍ରି ଅପରେଟରମାନଙ୍କୁ ସମସ୍ତ ସୁବିଧା ସୁଯୋଗ ସହିତ ସ୍ଥାୟୀ କରିବା ପାଇଁ କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ପୂର୍ବରୁ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଦେଇଥିବା ରାୟ ବିରୋଧରେ ରାଜ୍ୟ ସରକାର ଡିଭିଜନ ବେଞ୍ଚକୁ ଯାଇଥିଲେ। କିନ୍ତୁ ଡିଭିଜନ ବେଞ୍ଚ ପୂର୍ବ ରାୟକୁ କାଏମ ରଖିଛନ୍ତି। ଯାହାଫଳରେ ଠିକା ଡାଟା ଏଣ୍ଟ୍ରି ଅପରେଟରମାନେ ଖୁବ ଶୀଘ୍ର ନିୟମିତ ହେବେ।

Leave a Reply

Your email address will not be published. Required fields are marked *

Back to top button