ଯୁକ୍ରେନ କ୍ଷେପଣାସ୍ତ୍ର ମାଡ଼ରେ ଋଷ ସେନା ଜେନେରାଲ ନିହତ

ମସ୍କୋ : ୧୬ ମାସରୁ ଅଧିକ ଦିନ ହେଲାଣି ଚାଲିଛି ଋଷ-ୟୁକ୍ରେନ ଯୁଦ୍ଧ। ଉଭୟ ଦେଶର ଅନେକ କ୍ଷୟକ୍ଷତି ହୋଇଥିଲେ ହେଁ ଯୁଦ୍ଧ ବନ୍ଦର ସମ୍ଭାବନା ପ୍ରାୟତଃ ନାହିଁ। ହେଲେ ଖବର ମିଳିଛି ଋଷୀୟ ସେନା ଜେନେରାଲଙ୍କୁ ୟୁକ୍ରେନ ଯୁଦ୍ଧଭୂମିରେ ହତ୍ୟା କରିଛି।

ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁଯାୟୀ ୟୁକ୍ରେନ ସେନା ଋଷର ୩୫ତମ ସେନାର ଚିଫ ଅଫ ଷ୍ଟାଫ ମେଜର ଜେନେରାଲ ସର୍ଗେଇ ଗୋର୍ୟାଚେଭ୍ ଜାପୋରୋଜିଆରେ ନିହତ ହୋଇଛନ୍ତି। ଋଷ ଦଖଲ କରିଥିବା କ୍ଷେତ୍ରକୁ ନିଜ ଅକ୍ତିଆରକୁ ନେବା ପାଇଁ ୟୁକ୍ରେନ ସେନା ପ୍ରାଣ ମୁର୍ଚ୍ଛା ଲଢେଇ ଲଢୁଛନ୍ତି।ମେଜର ଜେନେରାଲଙ୍କ ନେତୃତ୍ୱରେ ଋଷୀୟ ସେନା ୟୁକ୍ରେନ ସେନା ଉପରେ ପାଲଟା ଆକ୍ରମଣ ଯୋଜନାରେ ଥିଲେ। କିନ୍ତୁ ୟୁକ୍ରେନ ସେନା ତାଙ୍କୁ ରଣଭୂମିରୁ ଆରପାରିକୁ ପଠାଇ ଦେଇଛନ୍ତି। କ୍ଷେପଣାସ୍ତ୍ର ମାଡ଼ରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button