ଯୁବକଙ୍କୁ ପିଟିପିଟି ହତ୍ୟା : ୮ ଗିରଫ

କେନ୍ଦୁଝର : ଘଟଗାଁ ଥାନା ଧାଙ୍ଗଡଡିହା ଗ୍ରାମରେ ଯୁବକକୁ ପିଟିପିଟି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ କେନ୍ଦୁଝର ସହର ନିକଟ ଗହ୍ମାରିଆ ଗ୍ରାମର କୁଞ୍ଜ ବାହାଦୁର ଲମା।

ଖବର ଅନୁଯାୟୀ କୁଞ୍ଜ ବାହାଦୁର ଲମା କଟକ ବଡ଼ ଡାକ୍ତରଖାନାରେ ଜୀବନ ସହ ସଂଗ୍ରାମ କରୁଥିବା ପୁଅକୁ ଜଗି ରହିଥିଲେ। ୧୦ ତାରିଖ ରାତିରେ କଟକରୁ ନାଇଟ୍ ବସ୍‌ଯୋଗେ କେନ୍ଦୁଝର ଆସୁଥିଲେ। କିନ୍ତୁ ୧୧ ତାରିଖ ଭୋରରୁ ଘଟଗାଁରେ ଓହ୍ଲାଇ ଧାଙ୍ଗଡଡିହା ଗ୍ରାମର ଜଣେ ବ୍ୟକ୍ତି ଘରକୁ ଯାଇଥିଲେ। ତେବେ କୌଣସି କାରଣକୁ ନେଇ ଉକ୍ତ ଗ୍ରାମର ପୋଖରୀ ନିକଟରେ କିଛି ଲୋକ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିବାରୁ ସେ ସେଠାରେ ମୁମୂର୍ଷୁ ଅବସ୍ଥାରେ ପଡ଼ିରହିଥିଲେ। କୋଣସି ବ୍ୟକ୍ତି ଆମ୍ବୁଲାନ୍ସକୁ ସୂଚନା ଦେବାପରେ ତାଙ୍କୁ ତୁରନ୍ତ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ପ୍ରବଳ ମାଡ଼ ମରାଯାଇଥିବାରୁ କିଛି କ୍ଷଣ ଭିତରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button