ବାଳସୁଧାର ଗୃହରୁ ଚମ୍ପଟ ମାରିଲେ ୬ ଅନ୍ତେବାସୀ

ବ୍ରହ୍ମପୁର : ବ୍ରହ୍ମପୁର ବାଳସୁଧାର ଗୃହରୁ ଗତକାଲି ବିଳମ୍ବିତ ରାତିରେ ଗ୍ରିଲ ତାଡି ୬ ଜଣ ଅନ୍ତେବାସୀ ଚମ୍ପଟ ମାରିଛନ୍ତି। ରାତ୍ରି ଜଗୁଆଳି ଏହି ୬ ଜଣ ରହୁଥିବା କୋଠରୀରେ କେହି ନଥିବା ଦେଖି ତୁରନ୍ତ ସୁପରିଟେଣ୍ଡେଣ୍ଟ ପି.ରମେଶ ରାଓଙ୍କୁ ସୂଚନା ଦେବାପରେ ଆଜି ବୈଦ୍ୟନାଥପୁର ଥାନାରେ ଏନେଇ ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ଫେରାର ଅନ୍ତେବାସୀଙ୍କ ମଧ୍ୟରୁ ପୁରୀର ଜଣେ ଥିବାବେଳେ କୋରାପୁଟର ୨ ଜଣ, ବ୍ରହ୍ମପୁର ଓ ଗଜପତିର ଜଣେ ଲେଖାଏଁ ଅନ୍ତେବାସୀ ରହିଛନ୍ତି। ବିଭିନ୍ନ ଅପରାଧ କରି ସେମାନେ ବାଳସୁଧାର ଗୃହରେ ଥିଲେ। ଖବର ପାଇ ବୈଦ୍ୟନାଥପୁର ପୋଲିସ ତନାଘନା ଆରମ୍ଭ କରିଛି। ସୂଚନାଯୋଗ୍ୟ ଗତବର୍ଷ ଏହି ବାଳସୁଧାର ଗୃହରୁ ଚମ୍ପଟ ମାରିଥିବା ୭ ଜଣଙ୍କ ମଧ୍ୟରୁ ୪ ଜଣ ଧରାପଡିଥିବାବେଳେ ୩ ଜଣ ଏବେ ଫେରାର ଅଛନ୍ତି।

Leave a Reply

Your email address will not be published. Required fields are marked *

Back to top button