ମୋ ଅଶ୍ଳୀଳ ଫଟୋ ଓ ଭିଡିଓ ବିକି ୪୭ଲକ୍ଷ ଆୟ କରିଛନ୍ତି ଆଦିଲ : ରାକ୍ଷୀ

ନୂଆଦିଲ୍ଲୀ : ନିକଟରେ ଜେଲରୁ ବାହାରିଛନ୍ତିଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ଵାମୀ ଆଦିଲ ଖାନ ଦୁର୍ରାନୀ। ରାକ୍ଷୀ ଅଭିଯୋଗ କରିଛନ୍ତି ଆଦିଲ ତାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ବିକ୍ରି କରିଛନ୍ତି।
ଖବର ଅନୁଯାୟୀ ରାକ୍ଷୀ ଅଭିଯୋଗ ହେଲା ଆଦିଲ ମୋର ଅନେକ ଆପତ୍ତିଜନକ ଫଟୋ ଓ ଭିଡିଓ କରିଥିଲେ। ମୁଁ ମନା କରିବା ସତ୍ତ୍ୱେ ସେ ରେକର୍ଡ କରିଛନ୍ତି। ଏପରିକି ମୁଁ ଗାଧେଇବା ଘରେ ଥିବା ବେଳେ ଆଦିଲ ମୋ ଭିଡିଓ କରିଥିଲେ। ଏହି ଭିଡିଓ ଯଦି ଭାଇରାଲ ହୋଇଯିବ ତେବେ ବିଷ ଖାଇଦେବି। ଜୀବନ ହାରିଦେବି। କେଉଁଆଡେ ଯିବି ବୋଲି ରାକ୍ଷୀ କହିଛନ୍ତି।
ସେ କହିଛନ୍ତି ମୁଁ ସାଧାରଣ ଝିଅ ନୁହେଁ। ଭାରତର ଜଣେ ସେଲିବ୍ରିଟି। ବିବାହର ଗୋଟିଏ ବର୍ଷ ଭିତରେ ସେ ମୋତେ ଛାଡ଼ପତ୍ର ଦେଇଥିଲେ। ମୋର ଅଶ୍ଳୀଳ ଫଟୋ ଓ ଭିଡିଓ ରେକର୍ଡ କରି ଦୁବାଇରେ ବିକ୍ରିକରି ୪୭ଲକ୍ଷ ଟଙ୍କା ଆୟ କରିଛନ୍ତି। ମୁଁ ଏସବୁ ଜାଣିବା ପରେ ସ୍ତବ୍ଧ ହୋଇଯାଇଛି। ଅନ୍ୟପକ୍ଷରେ ଆଦିଲ ଅଭିଯୋଗ ଆଣିଥିଲେ ରାକ୍ଷୀ କେବେ ହେଲେ ମା’ ହୋଇପାରିବେନି। ହେଲେ ଜଣେ ଡାକ୍ତରଙ୍କ ଭିଡିଓ ସେୟାର କରି ରାକ୍ଷୀ ଏହାକୁ ଖଣ୍ଡନ କରିଛନ୍ତି।