ଗୁଳିମାଡ଼ରେ ଖସିଲା ରୁଷ ଯୁଦ୍ଧ ବିମାନ ଓ ହେଲିକପ୍ଟର

ନୂଆଦିଲ୍ଲୀ : ଏକବର୍ଷରୁ ଅଧିକ ହେଲାଣି ରୁଷ-ୟୁକ୍ରେନ ଯୁଦ୍ଧ ଚାଲିଛି। ଉଭୟ ଦେଶର କ୍ଷତି ହୋଇଚାଲିଥିଲେ ହେଁ କେହି ମୁଣ୍ଡ ନୂଆଁଣିବାକୁ ପ୍ରସ୍ତୁତ ନୁହଁନ୍ତି। କିନ୍ତୁ ରୁଷଆକୁ ପୁଣି ଲାଗିଛି ଝଟକା। ୟୁକ୍ରେନ ସୀମାରେ ରୁଷର ଦୁଇଟି ଯୁଦ୍ଧ ବିମାନ ଓ ଦୁଇଟି ହେଲିକପ୍ଟର ଗୁଳି ମାଡ଼ରେ ଧ୍ୱଂସ ହୋଇଯାଇଛି। ସେହିପରି ୫ମ ବିମାନଟି ମସ୍କୋ ପାର୍ଶ୍ୱରେ ହୋଇଯାଇଛି କ୍ରାଶ। ଏସବୁ ପଛରେ ୟୁକ୍ରେନର ଭୂମିକା ଥିବା କୁହାଯାଉଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏସ୍‌ୟୁ ୩୪, ଏସ୍‌ୟୁ ୩୫ ଫାଇଟର ବିମାନ ଓ ଦୁଇଟି ଏମଆଇ-୮ ହେଲିକପ୍ଟର ୟୁକ୍ରେନ ସୀମାନ୍ତରେ ଉଡ଼ୁଥିବା ବେଳେ ଆମ୍ବୁସରେ ଫସି ଯାଇଥିଲା। ୪ଟି ଯାକ ଏୟାରକ୍ରାଫ୍ଟକୁ ଏକ ସମୟରେ ଗୁଳି କରି ଖସାଇ ଦିଆଯାଇଛି। ଦୁଇଟି ବିମାନରେ ଥିବା ଯବାନମାନେ ୟୁକ୍ରେନର ଚେରନିହିଭରେ ମିସାଇଲ ଓ ବୋମା ଆଟାକ ପାଇଁ ଯାଉଥିଲେ। ହେଲିକପ୍ଟର ଦୁଇଟି ସେମାନଙ୍କ ବ୍ୟାକଅପ ପାଇଁ ପଠା ଯାଇଥିଲା। ହେଲେ ରୁଷର ଏହି ଯୋଜନା ବିଫଳ ହୋଇଛି। ଏହାଛଡା ରୁଷ ପାର୍ଶ୍ୱରେ ମସ୍କୋର ଏସ୍‌ୟୁ ୩୪ ବିମାନ କ୍ରାଶ ପଛରେ ୟୁକ୍ରେନର ହାତ ଥିବା କୁହାଯାଉଛି। କିନ୍ତୁ କିଭ୍‌ ଏ ସମ୍ପର୍କରେ କିଛି କହିନି।

Leave a Reply

Your email address will not be published. Required fields are marked *

Back to top button