୪୦୦୧ ବିଧାୟଙ୍କ ସମ୍ପତ୍ତି ୫୪.୫୪୫ କୋଟି

ନୂଆଦିଲ୍ଲୀ : ଦେଶର ୪୦୦୧ ବିଧାୟକଙ୍କ ପାଖରେ ରହିଛି ୫୪ ହଜାର ୫୪୫ କୋଟି ଟଙ୍କାର ସମ୍ପତ୍ତି। ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ ବା ଏଡିଆର୍ ରିପୋର୍ଟରୁ ଏହା ଜଣାପଡିଛି।

ଖବର ଅନୁଯାୟୀ ଏଡିଆର୍ ରିପୋର୍ଟରେ ୮୪ ରାଜନୈତିକ ଦଳ ଓ ସ୍ୱାଧୀନ ବିଧାୟକଙ୍କର ସମ୍ପତ୍ତି ଉଲ୍ଲେଖ ହୋଇଥିବା ବେଳେ ପ୍ରତି ବିଧାୟକଙ୍କ ହାରାହାରି ସମ୍ପତ୍ତି ୧୩ କୋଟି ୬୩ ଲକ୍ଷ ଟଙ୍କା ବୋଲି କୁହାଯାଇଛି। ଗତ ନିର୍ବାଚନରେ ବିଧାୟକମାନେ ଦାଖଲ କରିଥିବା ସତ୍ୟପାଠ ଆଧାରରେ ପ୍ରସ୍ତୁତ ହୋଇଛି ରିପୋର୍ଟ। ସେହି ଅନୁସାରେ ଦେଶର ମୋଟ ୪ହଜାର ୧ଜଣ ବିଧାୟକଙ୍କ ମୋଟ ସମ୍ପତ୍ତି ୫୪ହଜାର ୫୪୫ କୋଟି ଟଙ୍କା। ଯାହା ନାଗାଲାଣ୍ଡ, ମିଜୋରାମ ଓ ସିକ୍କିମର ୨୦୨୩-୨୪ ମିଳିତ ବଜେଟ୍ ଠାରୁ ଅଧିକ। ଏ ତିନି ରାଜ୍ୟର ମୋଟ ବଜେଟ୍ ପରିମାଣ ୪୯ ହଜାର ୧୦୩ କୋଟି ଟଙ୍କା। ଏହି ସଦସ୍ୟମାନଙ୍କ ମଧ୍ୟରୁ ବିଜେପି ବିଧାୟକଙ୍କର ସର୍ବାଧିକ ସମ୍ପତ୍ତି ରହିଛି। ବିଜେପିର ୧୩୫୬ ଜଣ ବିଧାୟକଙ୍କ ପାଖରେ ମୋଟ ୧୬ ହଜାର ୨୩୪ କୋଟି ଟଙ୍କାର ସମ୍ପତ୍ତି ରହିଛି। ସେହିପରି ୭୧୯ କଂଗ୍ରେସ ବିଧାୟକଙ୍କ ସମ୍ପତ୍ତି ୧୫ ହଜାର ୭୯୮ କୋଟି ଟଙ୍କା ବୋଲି ଦର୍ଶଯାଇଛି।

ରିପୋର୍ଟରେ ମୋଟ ୪ ହଜାର ୩୩ ବିଧାୟକଙ୍କ ମଧ୍ୟରୁ ୪ ହଜାର ୧ ସମ୍ପତ୍ତି ତାଲିକାକୁ ସାମିଲ କରାଯାଇଛି। କୁହାଯାଇଛି ବିଜେପି ଓ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୱାଇଏସଆରସିପିର ୧୪୬ ବିଧାୟକଙ୍କ ସମ୍ପତ୍ତି ୩ ହଜାର ୩୭୯ କୋଟି ଟଙ୍କା। ସେହିପରି ଡିଏମକେର ୧୩୧ ବିଧାୟକଙ୍କ ପାଖରେ ୧ ହଜାର ୬୬୩ କୋଟି ଟଙ୍କାର ସମ୍ପତ୍ତି ଓ ଆମ୍ ଆଦମୀ ପାର୍ଟିର ୧୬୧ ବିଧାୟକଙ୍କ ପାଖରେ ୧ ହଜାର ୬୪୨ କୋଟି ଟଙ୍କାର ସମ୍ପତ୍ତି ରହିଛି।

Leave a Reply

Your email address will not be published. Required fields are marked *

Back to top button