ମାର୍ଶାଘାଇ : ଠିକାଦାର ସୁପରଭାଇଜରଙ୍କୁ ଗୁଳିମାଡ଼

କେନ୍ଦ୍ରାପଡ଼ା : ମାର୍ଶାଘାଇ ଥାନା ମଙ୍ଗଳା ଛକରେ ଆଜି ଶକ୍ତିଚନ୍ଦନ ମହାନ୍ତି ନାମକ ଜଣେ ଠିକାଦାରଙ୍କ ସୁପରଭାଇଜର ଉପରେ ଗୁଳିମାଡ଼ ହୋଇଛି। ସେ ଜଣେ ଠିକାଦାରଙ୍କ ସୁପରଭାଇଜର। ଗୁଳିମାଡ଼ କରି ଦୁର୍ବୃତ୍ତମାନେ ଫେରାର୍ ହୋଇଯାଇଥିବାରୁ ସେମାନଙ୍କୁ ଧରିବାକୁ ମାର୍ଶାଘାଇ ପୋଲିସ ଛାନଭିନ୍ ଚଳାଇଛି।

ଖବର ଅନୁଯାୟୀ ଶକ୍ତିଚନ୍ଦନ ଆଜି ସନ୍ଧ୍ୟାରେ ବାଇକରେ ଘରକୁ ଫେରୁଥିଲେ। ମଙ୍ଗଳା ଛକ ନିକଟରେ ବୁଲେଟରେ ଆସିଥିବା ଦୁଇଜଣ ଦୁର୍ବୃତ୍ତ ତାଙ୍କ ପାଖରେ ଥିବା ବ୍ୟାଗ ଛଡ଼ାଇଥିଲେ। ସେ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଶକ୍ତିଚନ୍ଦନଙ୍କୁ ପ୍ରଥମେ ମାର୍ଶାଘାଇ ମେଡିକାଲ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଛିl ଠିକାଦାରୀ ଓ ଦାଦାବଟି କାମକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button