ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନର ଯାଞ୍ଚ ହେବ : କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

ଭୁବନେଶ୍ଵର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ଲୋକଙ୍କୁ ଗୃହ ଆବଣ୍ଟନ କରିବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପ୍ରକୃତ ହିତାଧିକାରୀ ପାଉନଥିବା ଅଭିଯୋଗ ଆସୁଛି। ତେଣୁ ଏହାର ଯାଞ୍ଚ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ।

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ସବୁ ନିୟମରୁ ଉର୍ଦ୍ଧ୍ବକୁ ଯାଇ ଓଡ଼ିଶାକୁ ୩୮ ଲକ୍ଷ ଘର ଦିଆଯାଇଛି। ଉପା ସରକାର ସମୟରେ ଗ୍ରାମୀଣ ବିକାଶ ବିଭାଗରୁ ରାଜ୍ୟକୁ ମାତ୍ର ୨୬ହଜାର କୋଟି ମିଳୁଥିବ ବେଳେ ମୋଦୀ ସରକାର ସମୟରେ ଏହା ୧ଲକ୍ଷ କୋଟିକୁ ବୃଦ୍ଧି ହୋଇଛି। ଏଥିରୁ ଓଡ଼ିଶା ପ୍ରତି ମୋଦୀ ସରକାରଙ୍କ ଭଲ ପାଇବା ଜଣାପଡ଼ୁଛି।

ସମ୍ବଲପୁର ହିଂସାକୁ ନିନ୍ଦା କରିକେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂ କହିଲେ ଓଡ଼ିଶା ଭଳି ଶାନ୍ତ ଓ ସାଂସ୍କୃତିକ ରାଜ୍ୟରେ ଅଲଗାଓବାଦୀ ଓ କଟ୍ଟରବାଦୀ ଚିନ୍ତାଧାରା ଚଳିବ ନାହିଁ। ହନୁମାନ ଜୟନ୍ତୀ ଏବଂ ରାମ ନବମୀ ଶୋଭାଯାତ୍ରା ଉପରେ ପଥର ମାଡ଼ ଘଟଣା ଓଡ଼ିଶାରେ କିମ୍ବା ଦେଶରେ ଗ୍ରହଣୀୟ ନୁହେଁ।

Leave a Reply

Your email address will not be published. Required fields are marked *

Back to top button