ପ୍ରେମିକର ମୃତ୍ୟୁ ପରେ ପ୍ରେମିକା ଜୀବନ ହାରିଲା

ଚଣ୍ଡିଖୋଲ : ପ୍ରେମିକର ମୃତ୍ୟୁ ପରେ ପ୍ରେମିକା ଜୀବନ ହାରିଦେଲା। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା କାଇମାଟିଆରେ ଘଟିଥିବା ବେଳେ ସ୍ଥାନୀୟ ଅଂଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ବିରିଜଙ୍ଗା ଗ୍ରାମର ଯୁବକ ପ୍ରଭାତ କୁମାର ଲେଙ୍କା ବଇରୀ ଅଂଚଳର ଯୁବତୀ ନମିତା ସାହୁଙ୍କୁ ଭଲ ପାଉଥିଲେ। ଏଥିରେ ଯୁବତୀଙ୍କ ପରିବାର ରାଜିନଥିଲେ। ପରେ ଯୁବତୀ ଓ ତାଙ୍କ ପରିବାର ପ୍ରଭାତଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ସେଥିପାଇଁ ସେ ଆତ୍ମହତ୍ୟା କରିଥିବା ପ୍ରଭାତ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ହେଲେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି। ଘରେ ସମସ୍ତେ ସୋଇ ପଡ଼ିଥିବା ସମୟରେ ସେ ରଶି ଲଗାଇ ଦେଇଛନ୍ତି। ଖବର ପାଇ ବଇରୀ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button