ଜନସଂଖ୍ୟା ନିୟନ୍ତ୍ରଣ ଟିପ୍ପଣୀ ପାଇଁ କ୍ଷମା ମାଗିଲେ ନୀତୀଶ

ପାଟନା : ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କରେ ଦେଇଥିବା ଟିପ୍ପଣୀ ପାଇଁ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମାଲୋଚନାର ଶିକାର ହୋଇଥିଲେ। ଆଜି ବିଜେପି ବିଧାୟକମାନେ ତାଙ୍କୁ ବିଧାନସଭାକୁ ନ ଛାଡ଼ିବାରୁ ନୀତିଶ କ୍ଷମାପ୍ରାର୍ଥନା କରିଛନ୍ତି। ସାମ୍ବାଦିକମାନଙ୍କୁ ସେ କହିଛନ୍ତି ତାଙ୍କ କଥାକୁ ବୁଲେଇ ବଙ୍କାଇ ଉପସ୍ଥାପନ କରାଯାଇଛି। ଯଦି ମୋ ବିବୃତ୍ତି କାହାକୁ ଆଘାତ ଦେଇଥାଏ ତାଙ୍କୁ ମୁଁ କ୍ଷମାଭିକ୍ଷା କରୁଛି।

ଖବର ଅନୁଯାୟୀ ଜଣେ ଶିକ୍ଷିତା ନାରୀ ସଙ୍ଗମ ସମୟରେ କିଭଳି ପୁରୁଷକୁ ପ୍ରତିରୋଧ କରିପାରିବ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗଳବାର ବିଧାନସଭାରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ। ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ନାରୀଶିକ୍ଷା ଉପରେ ଗୁରୁତ୍ଵାରୋପ କରି ସେ ଏପରି ବିବାଦୀୟ ବକ୍ତବ୍ୟ ଦେଇଥିବାରୁ ଏହାକୁ ବିରୋଧୀଦଳ ବିଜେପି ଓ ଜାତୀୟ ମହିଳା କମିସନ୍‌ ତୀବ୍ର ସମାଲୋଚନା କରିଥିଲେ। କିନ୍ତୁ କୁମାରଙ୍କ ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବ ସ୍ପଷ୍ଟୀକରଣ ଦେଇ କହିଥିଲେ କୁମାର ଯୌନଶିକ୍ଷା ସମ୍ବନ୍ଧରେ କହିଥିଲେ। ତାଙ୍କ ମନ୍ତବ୍ୟକୁ କଦର୍ଥ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button