ଝିଅଙ୍କ ସାମ୍ନାରେ ମା’କୁ ହାଣିଲା ବାପା

କଳହାଣ୍ଡି : ଭବାନୀପାଟଣା ଟାଉନ ଥାନା ଟିଭି ସେଣ୍ଟରପଡାରେ ବିଭତ୍ସ ହତ୍ୟାକାଣ୍ଡ। ଝିଅଙ୍କ ସାମ୍ନାରେ ପତ୍ନୀକୁ ଟାଙ୍ଗିଆରେ ହତ୍ୟା କରିଛି ସ୍ୱାମୀ ହଳଧର ଗୌଡ।

ଖବର ଅନୁଯାୟୀ ହଳଧର ଗୌଡ ପତ୍ନୀ ପୂର୍ଣିମା ଗୌଡଙ୍କୁ ଟାଙ୍ଗିଆରେ ହାଣିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ସମୟରେ ଘରେ ତିନି ଝିଅ ଉପସ୍ଥିତ ରହିଥିଲେ ହେଁ ବାପାଙ୍କୁ ଅଟକାଇବାକୁ ସାହାସ ଜୁଟାଇ ପାରି ନ ଥିଲେ। ଅଭିଯୁକ୍ତ ପୂର୍ଣିମାଙ୍କ ଶରୀର ଉପରେ ଚୋଟ ଚୋଟ ପକାଇ ଚାଲିଥିଲା ବୋଲି କୁହାଯାଉଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button