ଶିକ୍ଷୟିତ୍ରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ

ଟିଟିଲାଗଡ଼ : ବଲାଙ୍ଗିର ସଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ଶିକ୍ଷୟିତ୍ରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ ହୋଇଛି।
ଖବର ଅନୁଯାୟୀ ସଇଁନ୍ତଲା ବ୍ଲକ ସିଶକେଲା ପଂଚାୟତର ଭୁଏର ପଡା ଗ୍ରାମର ସସ୍ମିତା ତାଣ୍ଡି ସିଂ ବାହାଲି ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି। ଆଜି ସ୍ୱାମୀ ଗୋବିନ୍ଦ ବାଗଙ୍କ ସହ ସେ ସଇଁନ୍ତଳା ଷ୍ଟେଟ ବ୍ୟଙ୍କକୁ ଆସିଥିଲେ। ଘର ଋଣ ବାବଦକୁ ୨ ଲକ୍ଷ ଟଙ୍କା ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଲୟକୁ କିଛି କାମ ପାଇଁ ଯାଉଥିଲେ। ଏହି ସମୟରେ ଦୁଇଜଣ ଯୁବକ ବାଇକରେ ଆସି ଟଙ୍କା ଥିବା ଭେନିଟ୍ ଛଡାଇ ନେଇଥିଲେ। ଶିକ୍ଷୟିତ୍ରୀ ଜଣକ ଚିତ୍କାର କରିବାରୁ ଲୋକମାନେ ଆସିଥିଲେ ହେଁ ଲୁଟେରାମାନେ ଖସି ଯାଇଥିଲେ। ଖବର ପାଇ ସଇଁନ୍ତଳା ପୋଲିସ ଘଟଣାର ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ କରିଥିବା ଜଣାପଡିଛି।