୨୧ରେ ଲଘୁଚାପ : ୨୫ରୁ ବଢ଼ିବ ବର୍ଷା

ଭୁବନେଶ୍ୱର : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ସକ୍ରି ରହିଥିବା ବେଳେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୧ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଘନୀଭୂତ ହେବ। ୨୩ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାର ରୂପ ନେବାର ସମ୍ଭାବନା ରହିଥିବା ଭାରତୀୟ ପାଣିିପାଗ ବିଭାଗ ସୂଚନା ଦେଇଛି।

ଖବର ଅନୁଯାୟୀ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପଶ୍ଚିମା-ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି। କିନ୍ତୁ ୨୦ରୁ ୨୩ ତାରିଖ ପାଗ ଶୁଖିଲା ରହିବ। ୨୪ ତାରିଖରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୨୫ ତାରଖରୁ ବର୍ଷାର ପରିମାଣ ବଢିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button