ସିସୋର ଚିଟ୍‌ଫଣ୍ଡ ମାମଲା : ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପତ୍ନୀଙ୍କ ନାଁରେ ଚାର୍ଜଫ୍ରେମ

ଭୁବନେଶ୍ୱର : ବହୁଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ନାମରେ ହେଲା ଚାର୍ଜଫ୍ରେମ। ଦୀର୍ଘ ୯ ବର୍ଷ ପରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ-୧ କୋର୍ଟରେ ସିବିଆଇ ଚାର୍ଜଫ୍ରେମ୍ ଦାଖଲ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଶନିବାର କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କ ନାଁରେ ବେଆଇନ ଅର୍ଥ କାରବାର ମାମଲାରେ ଚାର୍ଜଫ୍ରେମ୍ ଦାଖଲ ହୋଇଛି। ଏଥିରେ ଦଫା ୪୨୦, ୧୨୦ ବି’, ୪୦୯, ୪୬୭, ୪୬୮ ଓ ୪୭୧ରେ ଚାର୍ଜଫ୍ରେମ୍ ହୋଇଛି।

ସୂଚନାଯୋଗ୍ୟ ସିବିଆଇ ୪୪ଟି ଚିଟଫଣ୍ଡ ସଂସ୍ଥା ବିରୋଧରେ ତଦନ୍ତ କରୁଛି। ମାମଲାର ତ୍ୱରିତ ବିଚାର ପାଇଁ ପ୍ରଭାତ ବିଶ୍ୱାଳ କୋର୍ଟଙ୍କୁ ଅନୁରୋଧ କରିଥିଲେ। ତେଣୁ ପ୍ରଥମ ମାମଲାରେ ସିବିଆଇ ଚାର୍ଜଫ୍ରେମ୍ କରିଛି। ୨୦୧୪ରେ ସିସୋର ସହ ଏକ ଜମି ଡିଲ ମାମଲାରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ପତ୍ନୀ ଲକ୍ଷ୍ମୀ ବିଳାସିନୀ ବିଶ୍ୱାଳଙ୍କୁ ସିବିଆଇ ଜେରା କରିଥିଲା। ୨୦୧୧ରେ ୨୯ ଲକ୍ଷ ୨୫ ହଜାର ଟଙ୍କାରେ ଏହି ଜମି କିଣିବା ପାଇଁ ଡିଲ ହୋଇଥିଲା। କିନ୍ତୁ କିଛି ମାସ ପରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ଜମି ଡିଲରୁ ଓହରି ଯାଇଥିଲେ। କିନ୍ତୁ ପ୍ରଭାତ ଓ ତାଙ୍କ ପତ୍ନୀ ସିସୋରକୁ ଆଉ ଟଙ୍କା ଫେରସ୍ତ କରି ନଥିବା ସିବିଆଇରେ ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button