୬୩ବର୍ଷ ପରେ ବିବାହ କରିବେ ପ୍ରେମୀଯୁଗଳ
![୬୩ବର୍ଷ ପରେ ବିବାହ କରିବେ ପ୍ରେମୀଯୁଗଳ 1 janatakhabar.in](https://janatakhabar.in/wp-content/uploads/2023/07/amerika-00-9.jpg)
ଚର୍ଚ୍ଚାରେ ବୃଦ୍ଧ ପ୍ରେମୀଯୁଗଳଙ୍କ ପ୍ରେମକାହାଣୀ। ୬୩ବର୍ଷ ପରେ ଏକାଠି ହୋଇଥିବା ପ୍ରେମୀଯୁଗଳଙ୍କର ଖୁବଶୀଘ୍ର ବିବାହ ହେବାକୁ ଯାଉଛି।
ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ପ୍ରେମୀଯୁଗଳ ହେଲେ ଆମେରିକା ବାସିନ୍ଦା ୭୮ବର୍ଷିୟ ବୃଦ୍ଧ ଥାମସ ମେକମିକିନ ଓ ନେନସି ଗେମ୍ବେଲ। ଦୁହେଁ ହାଇସ୍କୁଲ ସମୟରେ ପରସ୍ପରକୁ ଭଲ ପାଇ ବସିଥିଲେ। କିନ୍ତୁ ବ୍ୟକ୍ତିଗତ ସମସ୍ୟା ପାଇଁ ଥାମସ ଓ ନେନସି ଅଲଗା ହୋଇ ଅନ୍ୟତ୍ର ବିବାହ କରିଥିଲେ।
ଦୀର୍ଘ ୬୩ବର୍ଷ ପରେ ୫୦ତମ ହାଇସ୍କୁଲ ରିୟୁନିଅନରେ ଥାମସ ଓ ନେନସିଙ୍କର ଭେଟାଭେଟି ହୋଇଥିଲେ। ୨୦୨୨ରେ ଏହି ପ୍ରେମୀଯୁଗଳ ପରସ୍ପର ସହିତ କଥା ହେବାକୁ ସୁଯୋଗ ପାଇଥିଲେ। ଆଉ ନିଜ ଜୀବନକୁ ନେଇ କରିଥିଲେ ଖୋଲାଖୋଲି ଆଲୋଚନା। ଏହା ଭିତରେ ଥାମସଙ୍କ ସ୍ତ୍ରୀ ଓ ନେନସିଙ୍କ ସ୍ଵାମୀଙ୍କର ମୃତ୍ୟୁ ହୋଇଯାଇଛି। ତେଣୁ ଦୁହେଁ ବାକିଥିବା ଜୀବନକୁ ସାଥୀହୋଇ କାଟିବାକୁ ନିଷ୍ପତ୍ତି ନେଇଥିଲେ ଓ ପରିବାରକୁ ଦେଇଥିଲେ ପ୍ରସ୍ତାବ। ପରିବାରଲୋକ ଦୁହିଁଙ୍କ ପ୍ରସ୍ତାବରେ ରାଜି ହୋଇ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।