ବେଆଇନ କଫ୍‌ ସିରଫ ଜବତ୍ : ୫ ଅଭିଯୁକ୍ତ ଗିରଫ

ପାଟଣାଗଡ଼ : ଖପ୍ରାଖୋଲ ପୋଲିସ ଆଜି ବେଆଇନ ବିକ୍ରି ଉଦ୍ଦେଶ୍ୟରେ ଆସୁଥିବା ବିପୁଳ ପରିମାଣର କପ୍‌ ସିରଫକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ୫ ଜଣ ଗିରଫ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ବଜଲସାଗର ଓ ଗମ୍ଭାରୀ ରାସ୍ତାରେ ବେଆଇନ ବିକ୍ରି ପାଇଁ କଫ୍ ସିରଫ ଆସୁଥିବା ସୂଚନା ମିଳିବା ପରେ ଖପ୍ରାଖୋଲ ପୋଲିସ ଚଢଉ କରିଥିଲା। ଏହି ସମୟରେ ମାରୁତି ସ୍ଵିଫ୍ଟ ଡିଜାୟାର ଓ ସେଣ୍ଟ୍ରୋ କାର ସହିତ ଗୋଟିଏ ୟାମାହା ବାଇକ୍ ଓ ବୁଲେ‌ଟର ତଲାସି ହୋଇଥିଲା। ବହୁ ପରିମାଣର କଫ୍ ସିରଫ ଦେଖି ପୋଲିସ ସେମାନଙ୍କୁ କାଗଜପତ୍ର ମାଗିଥିଲା। ହେଲେ ସେମାନେ ଦେଖାଇ ନପାରିବାରୁ ସମସ୍ତଙ୍କୁ ପୋଲିସ ଥାନାକୁ ଆଣି ପଚରା ଉଚୁରା କରିଥିଲା। ଆଉ ଜଣାପଡିଲା ହରିଶଙ୍କର ମହୋତ୍ସବ ସମୟରେ ଏସବୁ ବିକ୍ରି କରାଯିବ। ଉଦ୍ଦେଶ୍ୟରେ ଆଣିଥିବା ନେଇ ଜଣାପଡିଥିଲା। ପରେ ସେ ସବୁକୁ ଜବତ୍ କରିଥିଲା ପୁଲିସ। ଏଥିରେ ୪୬୪ ବୋତଲ ଓମେରେକ୍ସ କଫ୍ ସିରଫ୍ ରହିଥିବା ବେଳେ ୧୬୦ରୁ ଊର୍ଦ୍ଧ୍ବ ବୋତଲ ଏକ୍ସକଫ୍ ସିରଫ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button