କଶ୍ମୀର ବିଧାନସଭାର ଗୋଟିଏ ଆସନ ବୃଦ୍ଧି

ନୂଆଦିଲ୍ଲୀ : କଶ୍ମୀର ବିଧାନସଭାର ଗୋଟିଏ ଆସନ ବୃଦ୍ଧି କରାଯାଉଛି। ଏହି ଆସନଟି ପାକିସ୍ତାନ ଅଧିକୃତ କାଶ୍ମୀର ପ୍ରବାସୀଙ୍କ ପାଇଁ ସଂରକ୍ଷିତ ରହିବ।

ଖବର ଅନୁଯାୟୀ ବୁଧବାର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ଓ ଜମ୍ମୁ-କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍, ୨୦୨୩ ଉପସ୍ଥାପନ କରିଛନ୍ତି। ଏହାକୁ ଏକ ନୂଆ କାଶ୍ମୀର ବିଲ୍ ବୋଲି ବର୍ଣ୍ଣନା କରି ଗୃହମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଗତ ୭୦ ବର୍ଷ ଧରି ଯେଉଁମାନେ ସେମାନଙ୍କ ଅଧିକାରରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ନ୍ୟାୟ ଦିଆଯିବ। ବିସ୍ଥାପିତଙ୍କୁ ସଂରକ୍ଷଣ ଦେବା ଦ୍ୱାରା ସେମାନେ ବିଧାନସଭାରେ ସ୍ୱର ଉତ୍ତୋଳନ କରିପାରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦୁଇଟି ଭୁଲ ଯୋଗୁଁ ଜମ୍ମୁ-କଶ୍ମୀର କ୍ଷତିଗ୍ରସ୍ତ ହୋଇଛି। ଶ୍ରୀ ଶାହ ଏହା କହିବା ପରେ ବିରୋଧୀମାନେ ହଙ୍ଗାମା କରିଥିବା ବେଳେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲା।

Leave a Reply

Your email address will not be published. Required fields are marked *

Back to top button