ବିଜ୍ଞାପନକୁ ନେଇ ବିବାଦ

ମୁମ୍ବାଇ : ଜଣେ ସଧବାନାରୀର ପ୍ରତୀକ ଚିହ୍ନ ମଙ୍ଗଳସୂତ୍ରକୁ ନେଇ ବିବାଦରେ ଫଶିଛନ୍ତି ବଲିଉଡର ପ୍ରସିଦ୍ଧ ଡିଜାଇନ୍‌ର ସବ୍ୟସାଚୀ ମୁଖାର୍ଜୀ

ଖବର ଅନୁଯାୟୀ ବୁଧବାର ସାବ୍ୟାସାଚୀଙ୍କ ନୂତନ ଅଳଙ୍କାର ବିଜ୍ଞାପନ କ୍ୟାମ୍ପେନ୍‌ ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କୁ ଟ୍ରୋଲ କରାଯାଉଛି। ଏହା ମଙ୍ଗଳସୂତ୍ର ନା ଲିଙ୍ଗେରି ବିଜ୍ଞାପନ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ସବ୍ୟସାଚୀ ଇଣ୍ଟିମେଟ୍‌ ଫାଇନ୍‌ ଜୁଏଲାରୀ ନାମରେ ଏକ ନୂଆ ଜୁଏଲାରୀ କଲେକସନ୍‌ ଲଞ୍ଚ କରିଛନ୍ତି। ସେ ତାଙ୍କ ଅଫିସିଆଲ ସୋଶିଆଲ ମିଡିଆ ଆକାଉଣ୍ଟରେ ଅନେକ ମଡେଲଙ୍କ ଫଟୋକୁ ଶେୟାର କରିଛନ୍ତି। ଏଥିରେ ମଡେଲମାନେ ବ୍ରାଣ୍ଡ ନୂଆ କରି ଲଞ୍ଚ କରିଥିବା ମଙ୍ଗଳସୂତ୍ରକୁ ପିନ୍ଧିଥିବା ଦେଖାଯାଇଛି। ତେବେ ନ୍ୟୁ ଜୁଏଲାରୀର ପ୍ରମୋସନାଲ ବିଜ୍ଞାପନରେ ହେଟ୍ରୋସେସ୍କୁଅଲ ଓ ସମଲିଙ୍ଗି ଦମ୍ପତି ଦି ରୟାଲ ବେଙ୍ଗଲ ମଙ୍ଗଲସୂତ୍ର ପିନ୍ଧି ପୋଜ୍ କରୁଥିବା ଦେଖିବାକୁ ମିଳିଛି। ଫଟୋରେ ମଡେଲମାନେ ଅଣ୍ଡରଗାର୍ମେଣ୍ଟ ପିନ୍ଧି ମଙ୍ଗଲସୁତ୍ରକୁ ପ୍ରଦର୍ଶିତ କରିଥିବାରୁ ବିବାଦ ଉଠିଛି।

ମଡେଲଙ୍କ ଫଟୋଗୁଡିକ ସାମ୍ପାକୁ ଆସିବା ପରେ ଅନେକ ୟୁଜର୍ସ କହିଛନ୍ତି ଏହି ବିଜ୍ଞାପନ ହିନ୍ଦୁ ସଂସ୍କୃତି ଉପରେ ଆକ୍ରମଣ ଓ ଧାର୍ମିକ ଭାବନାକୁ ଆଘାତ ଦେଇଛି। ଜଣେ ୟୁଜର୍ସ ସାବ୍ୟାସାଚୀଙ୍କୁ ଟାର୍ଗେଟ କରି କହିଛନ୍ତି ତୁମେ କ’ଣ ବିଜ୍ଞାପନ କରୁଛ ? ବର୍ତ୍ତମାନ କେହି ଏହି ଅଳଙ୍କାର ପିନ୍ଧିବେ ନାହିଁ, କାରଣ ତୁମେ ଦୁନିଆକୁ ଦେଖାଇଛ ଯେ ଯଦି ମୁଁ ଏହି ଅଳଙ୍କାର ପିନ୍ଧିବି, ତେବେ ମୋତେ ମଧ୍ୟ ଶସ୍ତା ହେବାକୁ ପଡିବ। ଦୟାକରି ଆପଣଙ୍କର ଅଭିଯାନର ଯତ୍ନ ନିଅନ୍ତୁ। ଆଉ ଜଣେ କହିଛନ୍ତି ମୁଁ କେବେ ତୁମର ଏଭଳି ମଙ୍ଗଳସୂତ୍ର କିଣିବି ନାହିଁ।

Leave a Reply

Your email address will not be published. Required fields are marked *

Back to top button