ସମ୍ବଲପୁର ହିଂସା : ଅନୁଧ୍ୟାନ ପାଇଁ ପହଞ୍ଚିଲା ବିଜେପି ଟିମ୍

ଝାରସୁଗୁଡା : ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ସ୍ଥିତି ଅନୁଧ୍ୟାନ ପାଇଁ ଓଡିଶା ଆସିଛନ୍ତି ବିଜେପିର ୪ ଜଣିଆ ଉଚ୍ଚସ୍ତରୀୟ ଟିମ। ସେମାନେ ଦିଲ୍ଲୀରୁ ବିମାନଯୋଗେ ଆସି ଝାରସୁଗୁଡା ବିମାନବନ୍ଦରରେ ଅବତରଣ ପରେ ସମ୍ବଲପୁର ଗସ୍ତ କରିଛନ୍ତି।

ଖବର ଅନୁଯାୟୀ ପୂର୍ବତନ ଆଇଏଏସ ଅଧିକାରୀ ତଥା ବିଜେପି ନେତା ବ୍ରିଜେଶ ଲାଲଙ୍କ ଅଧ୍ୟକ୍ଷତାରେ ଆସିଥିବା ଟିମର ଅନ୍ୟ ସଦସ୍ୟମାନେ ହେଲେ ଜ୍ୟୋତିର୍ମୟ ସିଂ ମାହାତୋ, ସମୀର ଓରାଓ ଓ ଆଦିତ୍ୟ ସାହୁ। ଏହି ପ୍ରତିନିଧିଦଳଙ୍କୁ ରାଜ୍ୟ ବିଜେପିର ଏକ ଟିମ ଝାରସୁଗୁଡା ବିମାନବନ୍ଦରରେ ସ୍ୱାଗତ କରିଛି। ସମ୍ବଲପୁରରେ ଟିମ ପହଞ୍ଚି ସେଦିନର ହିଂସା ଓ ହତ୍ୟାକାଣ୍ଡର ସ୍ଥିତି ସମୀକ୍ଷା କରିବା ସହିତ ମୃତକଙ୍କ ପରିବାରକୁ ଭେଟିବେ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button