ଦିଲ୍ଲୀ ମେୟର୍‌ ନିର୍ବାଚନରେ ଆପ୍‌ର ଶେଲି ଓବେରୟ ବିଜୟୀ

ନୂଆଦିଲ୍ଲୀ : ଦିଲ୍ଲୀ ମେୟର୍‌ ନିର୍ବାଚନରେ ଆମ ଆଦମି ପାର୍ଟିର ପ୍ରାର୍ଥୀ ଶେଲି ଓବେରୟ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥି ଶିଖା ରାୟ କରିଛନ୍ତି ପ୍ରାର୍ଥୀପତ୍ର ପ୍ରତ୍ୟାହାର। ସେହିପରି ଡେପୁଟି ମେୟର୍‌ ନିର୍ବାଚନରୁ ବିଜେପିର ସୋନି ପାଲ୍‌ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାରୁ ଆପ୍‌ର ଆଲେ ମହମ୍ମଦ୍‌ ଇକ୍‌ବାଲ୍‌ଙ୍କ ବିଜୟ କୌଣସି ପ୍ରତିବନ୍ଧକ ସୃଷ୍ଟି ହୋଇନି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ ‌ଟୁଇଟ୍‌ କରି କହିଛନ୍ତି ଏଥର ଅପ୍ରତିଦ୍ଵନ୍ଦ୍ଵୀ ଭାବେ ବିଜୟୀ ହୋଇ ମେୟର୍‌ ଓ ଡେପୁଟି ମେୟର୍‌ ହୋଇଥିବାରୁ ଶେଲି ଓ ଆଲେଙ୍କୁ ଅଭିନନ୍ଦନ ଓ ହାର୍ଦ୍ଦିକ ଶୁଭେଚ୍ଛା। ଆମ୍ଭମାନଙ୍କର ପାଖରୁ ଲୋକମାନଙ୍କୁ ଅନେକ ପ୍ରତ୍ୟାଶା ରହିଛି। ସେମାନଙ୍କର ପ୍ରତ୍ୟାଶା ପରିପୂରଣ ପାଇଁ କଠୋର ପରିଶ୍ରମ କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button