ମାଡମାରିବା ଘଟଣା : ଭିସୁଟର ୧୨ ଛାତ୍ରଙ୍କୁ ବହିଷ୍କାର

ସମ୍ବଲପୁର : ବୁର୍ଲା ଭିସୁଟ ପରିସରରେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ୧୨ ଛାତ୍ରଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ୨ ବର୍ଷ ଓ ଅନ୍ୟ ୧୦ ଜଣ ଛାତ୍ର ଏକ ବର୍ଷ ପାଇଁ ବହିସ୍କୃତ ହୋଇଛନ୍ତି।

ଖବର ଅନୁଯାୟୀ ଭିସୁଟର ପୁଲହ ହଷ୍ଟେଲର ଜଣେ ଛାତ୍ରଙ୍କୁ ଗତ ୨୨ ତାରିଖ ରାତିରେ ମାଡ ମରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାର ସମାଧାନ ପାଇଁ ଶୃଙ୍ଖଳା କମିଟି ବୈଠକ ବସିଥିଲା। ଏଥିରେ ରେଜିଷ୍ଟ୍ରାରଙ୍କ ସହିତ ୩୧ ଜଣ ପ୍ରଫେସର ଉପସ୍ଥିତ ଥିଲେ। କୁଳପତି ଓ ପୀଡିତ ଛାତ୍ର ଭିଡିଓ କନଫରେନ୍ସିଂରେ ଉପସ୍ଥିତ ଥିଲେ। ବୈଠକରେ ଉଭୟ ପକ୍ଷ ଛାତ୍ରଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଥିଲା। ଅଭିଯୁକ୍ତ ଛାତ୍ରମାନେ ମାଡ ମାରିଥିବା ସ୍ୱୀକାର କରିଥିଲେ। ଶୃଙ୍ଖଳା କମିଟି ରିପୋର୍ଟରେ ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ ନେଇ ଛାତ୍ରଙ୍କୁ ମାଡ ମରାଯାଇଥିବା ଉଲ୍ଲେଖ ରହିଥିବାରୁ ବିଶ୍ୱ ବିଦ୍ୟାଳୟ ଶୃଙ୍ଖଳା କମିଟି ଅଭିଯୁକ୍ତଙ୍କ ଛାତ୍ରଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Leave a Reply

Your email address will not be published. Required fields are marked *

Back to top button