ବଦଳିଛନ୍ତି ଅଭିନେତ୍ରୀ ରଚନା : ମନୋରଞ୍ଜନ ଦୁନିଆରେ ଖୁବ୍ ସକ୍ରିୟ

ମୁମ୍ବାଇ : ଅଭିନେତ୍ରୀ ରଚନା ବାନାର୍ଜୀ ବଙ୍ଗଳା ମନୋରଞ୍ଜନ ଦୁନିଆରେ ଖୁବ୍ ସକ୍ରିୟ ରହିଛନ୍ତି। ଇତି ମଧ୍ୟରେ ତାଙ୍କର ଲୁକ୍ ଢେର୍ ବଦଳି ଯାଇଥିଲେ ହେଁ ଅନେକ ଷ୍ଟେଜ୍ ସୋ’ରେ ରଚନାଙ୍କୁ ହୋଷ୍ଟ୍ କରୁଥିବା ଦେଖିବାକୁ ମିଳିଛି।
୧୯୯୯ ମସିହାରେ ଅମିତାଭ ବଚ୍ଚନଙ୍କସିନେମା ‘ସୂର୍ଯ୍ୟବଂଶୀମ୍’ରେ ଜଣେ ଅହଂକାରୀ ଝିଅର ଭୂମିକା ନିଭାଇଥିବା ରଚନା। ମାତ୍ର କିଛିଟା ଦୃଶ୍ୟରେ ସେ ନଜରକୁ ଆସିଥିଲେ ମଧ୍ୟ ତାଙ୍କ ଅଭିନୟ ସମସ୍ତଙ୍କ ମନକୁ ଛୁଇଁଥିଲା। ଏବେ ରଚନାଙ୍କୁ ଟିଭିର କିଛି ନା କିଛି ଚ୍ୟାନେଲ୍ରେ ଦେଖିବାକୁ ମିଳୁଛି। ଅଭିନୟ ସହିତ ରଚନା ବାଜାର୍ଜୀ ତ୍ଵଚାର ଯତ୍ନ (ସ୍କିନ୍ କେୟାର୍) ଓ ଶାଢ଼ି ବେପାର କରନ୍ତି। ଚରନା କ୍ରିଏସନ୍ ଓ ରଚନା ସ୍କିନ୍ କେୟାର୍ ନାମରେ ତାଙ୍କର ଦୁଇଟି ବ୍ରାଣ୍ଡ୍ ଅଛି। ଫିଲ୍ମ ପରି ବାସ୍ତବ ଜୀବନରେ ସେ ଖୁବ୍ ଗ୍ଲାମରସ୍। ସେ ହିନ୍ଦୀ, ବଙ୍ଗାଳୀ, ଓଡ଼ିଆ ବ୍ୟତୀତ ତେଲୁଗୁ, ତାମିଲ ଓ କନ୍ନଡ଼ ଫିଲ୍ମରେ ଅଭିନୟ କରିଛନ୍ତି। ପୂର୍ବରୁ ସେ ବଙ୍ଗାଳୀ ସିନେମା ବ୍ୟତୀତ ଓଡ଼ିଆ ସିନେମାରେ ଅଧିକ ଅଭିନୟ କରିଛନ୍ତି।