ବିନା ଦର୍ଶକରେ ହେବ ରାବଣପୋଡ଼ି ଉତ୍ସବ

ନୂଆଦିଲ୍ଲୀ : ଆଜି ବିଜୟା ଦଶମୀ ସନ୍ଧ୍ୟାରେ ଦେଶର ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହେବ। ଦିଲ୍ଲୀରେ ସନ୍ଧ୍ୟା ୬ଟା ଓ ଲକ୍ଷ୍ନୌରେ ରାତି ୮ଟାରେ ହେବ ରାବଣପୋଡ଼ି। ଦିଲ୍ଲୀ ନୋଇଡା ଓ ବିହାର ପାଟନାରେ ରାବଣ ପୋଡି ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମୁମ୍ବାଇରେ କୌଣସି ବଡ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ନାହିଁ।

କରୋନା ପାଇଁ ଚଳିତବର୍ଷ ଆୟୋଜକ ଅଧିକ ଉଚ୍ଚର ରାବଣ ପ୍ରତିମୂର୍ତ୍ତି ନିର୍ମାଣ କରିନାହାନ୍ତି। ବିଧି ରକ୍ଷା ପାଇଁ କମ୍ ଉଚ୍ଚତାରେ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି। ଦିଲ୍ଲୀରେ ରାବଣର ଉଚ୍ଚତା ୧୫୦ ଫୁଟ ହେଉଥିବା ବେଳେ ଚଳିତ ବର୍ଷ ଏହାକୁ ୫୦ ଫୁଟ କରାଯାଇଛି। ରାବଣ ପୋଡି ସ୍ଥାନକୁ ଲୋକଙ୍କୁ ନ ଆସିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button