ଜିଓ ଆଣିବ ସବୁଠୁ ଶସ୍ତା ୫ଜି ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଚଳିତବର୍ଷ ଆରମ୍ଭରେ ଜିଓ ଫୋନ ୫ଜିକୁ ନେଇ ଚର୍ଚ୍ଚା ହୋଇଥିଲା। ଏଥିରେ କ’ଣ ରହିବ ଫିଚର ଓ ଫୋନର ପ୍ରଥମ ଝଲକ ସାମ୍ନାକୁ ଆସିଛି।

ଲିକ ହୋଇଥିବା ସୂଚନା ଅନୁଯାୟୀ ଜିଓଫୋନ ୫ଜିର ମୂଲ୍ୟ ୧୦ ହଜାର ଟଙ୍କାରୁ କମ ରହିବ। ଏହା ଭାରତର ସବୁଠାରୁ ଶସ୍ତା ସ୍ମାର୍ଟଫୋନ ହୋଇପାରେ। ଅର୍ଥାତ ବଜାରକୁ ଆସିଥିବା ଅନ୍ୟ ୫ଜି ସ୍ମାର୍ଟଫୋନ ଠାରୁ ମୂଲ୍ୟ କମ ରହିବ କୁହାଯାଉଛି।

ସେହିପରି ୫ଜି ସ୍ମାର୍ଟଫୋନର ଫଟୋକୁ ଦେଖି ଲାଗୁଛି ଏହା ପ୍ରୋଟୋଟାଇପ ହୋଇପାରେ। ଫୋନରେ ଏଲଇଡି ଫ୍ଲାସ ଓ କେନ୍ଦ୍ରରେ ଏକ ଜିଓ ଲୋଗୋ ରହିଛି। ନିମ୍ନରେ ଅଲଟିମେଟ ସ୍ପିଡ ଓ ଅଲଟିମେଟେଡ ଏକ୍ସପେରିଏନ୍ସ ଲେଖାହୋଇଛି। ଏଥିସହ ରହିଛି ଅନ୍ୟାନ୍ୟ ସୁବିଧା।

ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ହେଲା ଯେଉଁମାନେ ୫ଜି ସେବା ପାଇବାକୁ ଇଚ୍ଛା ରଖିଥିଲେ କିନ୍ତୁ ମହଙ୍ଗା ଫୋନ କିଣି ପାରୁନଥିଲେ। ଏବେ ୫ଜି ସ୍ମାର୍ଟଫୋନ ସେମାନଙ୍କ ଇଚ୍ଛା ପୂରଣ କରିବ।

Leave a Reply

Your email address will not be published. Required fields are marked *

Back to top button